Below header

ବାଲେଶ୍ୱର: ସାରକୋଣା ଗାଁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ଗାଁକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହାସହ ଏହି ସ୍ଥାନର ୧୧ଟି ଛକକୁ ସିଲ କରିଛି ପ୍ରଶାସନ । ଗତ ୧୯ ତାରିଖରେ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କହିରଖିବା ଉଚିତ ହେବକି, ଏଯାବତ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ୮୦ ଟି ଆକ୍ଟିଭ କେଶ ଥିବା ବେଳେ ଜିଲ୍ଲାରୁ ମୃତ୍ୟୁ ସଂଖ୍ୟା ଶୁନରେ ରହିଛି । ଗତକାଲି ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେମାନଙ୍କ ଭିତରୁ ଗଞ୍ଜାମରୁ ୨୨ ଜଣ, ବାଲେଶ୍ବରରୁ ୧୫, ଭଦ୍ରକରୁ ୫, ଯାଜପୁରରୁ ୩, ବୌଦ୍ଧରୁ ୩, ମୟୁରଭଞ୍ଜରୁ ୧, ରାଉଲକେଲାରୁ ୧ ରହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳଯ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ୫୧ ଜଣ ଆକ୍ରାନ୍ତ ଥିବା ନେଇ ସୂଚନା ପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.