ଓ୍ଵାସରୁମ୍‌ରେ ବି ଫଟୋଶୁଟ୍‌ କରିବାକୁ ପଛାଇଲେନି ତାପସୀ, ଲକଡାଉନରେ ଏମିତି କଲେ ଫଟୋଶୁଟ୍‌

ଲକ୍‌ଡାଉନ ଯୋଗୁଁ ଏବେ ବଲିଉଡ ଇଣ୍ଡଷ୍ଟ୍ରୀ ସଂପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ସବୁ ସେଲିବ୍ରିଟି ହତବାନ୍ଧି ଘରେ ବସିଛନ୍ତି। ଏମାନେ ଘରେ ରହି ବିଭିନ୍ନ ପ୍ରକାର କାମ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଏସବୁ ମଧ୍ୟରେ ଲକଡାଉନରେ ଘରେ ବନ୍ଦ ରହି ମଧ୍ୟ ଅଭିନେତ୍ରୀ ତାପସୀ ପାନ୍ନୁ ଏକ ମାଗାଜିନର କଭର ଗାଲଁ ହୋଇପାରିଛନ୍ତି। ତାପସୀ ‘ମ୍ୟାନ୍ସ ଓ୍ଵାଲର୍ଡ ଇଣ୍ଡିଆ’ ମାଗାଜିନର କଭର ଗାର୍ଲ ହୋଇଛନ୍ତି। ମେ’ ମାସର ମାଗାଜିନ ପାଇଁ କଭର ଫଟୋ ପାଇଁ ତାପସୀ ନିଜ ଘରେ ଏହି ଶୁଟ୍‌ କରିଛନ୍ତି। ତାପସୀ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଫ୍ୟାନ୍ସଙ୍କ ବିଭିନ୍ନ କମେଣ୍ଟ ମଧ୍ୟ ଆସୁଛି।

ଫଟୋ ସେୟାର କରି ତାପସୀ ଲେଖିଛନ୍ତି, ‘ ଲକଡାଉନ ସମୟରେ ଯେତେବେଳେ ଆପଣ ଷ୍ଟାଇଲିଷ୍ଟ, ଫଷଟାଗ୍ରାଫର, କନସେପ୍ଟ ଡିଜାଇନର, ଫଟୋ ଏଡିଟର, ଆର୍ଟ ଡିଜାଇନରଙ୍କ ସହ ଅଛନ୍ତି, ତା’ର ଆଉଟଫୁଟ ଏମିତି ହିଁ ହେବ। ତେବେ କ୍ୱାରେଣ୍ଟାଇନ ଫଟୋ ସିରିଜ ପାଇଁ ହେୟାର ମେକଅପ ଓ ବାଲାନସିଂର କ୍ରେଡିଟ୍‌ ସେ ନିଜେ ନେବେ ବୋଲି କହିଛନ୍ତି। ଏହି ମାଗାଜିନର ଫଟୋଶୁଟ୍‌ ପାଇଁ ତାପସୀଙ୍କ ଘରର ପ୍ରତିଟି କୋଣ ଅନୁକୋଣ ଯେପରି କିଚେନ, ବାଥରୁମ, ଲିଭିଂ ରୁମ, ବାଲକୋନିକୁ କପଡାରେ ଢାଙ୍କି ଫଟୋଶୁଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.