ଆଜି ରାଜ୍ୟରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ, ୧୧୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଂଚିଛି । ଗତ କାଲି ରାଜ୍ୟରେ ସକାଳେ ଆଉ ୫୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇ ଫେରିଥିଲେ ।ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୪୬ ଜଣ ଥିବା ବେଳେ କଟକର ୧୧ ଅଛନ୍ତି । ଯେବେକି ନୟାଗଡରୁ ୬ ଜଣ ଗଂଜାମ ୫ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଯେବେକି ବାଲେଶ୍ୱର, ଭଦ୍ରକ, କେଉଁଝର, ଖୋର୍ଦ୍ଧା , ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆଜି ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ବଲାଙ୍ଗୀରର ୨ ଜଣ ସୁନ୍ଦରଗଡର ଜଣେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଏମାନଙ୍କ ମଧ୍ୟରୁ ୮୦ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ , ୫ ଜଣ ସ୍ଥାନୀୟ ଅଂଚଳର ଓ ଜଣେ କ୍ୱାଣ୍ଟନମେଣ୍ଟ ଜୋନର ବୋଲି ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.