ମହିନ୍ଦ୍ରାର ବମ୍ପର ଅଫର୍, ଆଜି ସ୍କର୍ପିଓ କିଣି ୨୦୨୧ରେ ଦିଅନ୍ତୁ ଇଏମଆଇ

କରୋନା ମହାମାରୀ ପାଇଁ ଲକଡାଉନ୍ ଜାରି ରହିଥିବାରୁ ଦୀର୍ଘ ଦିନ ଧରି ଅଟୋ ଇଣ୍ଡଷ୍ଟ୍ରି ବନ୍ଦ ରହିଥିଲା। ଯାହାଫଳରେ କମ୍ପାନୀର ପ୍ରଡକ୍ସନ ଏବଂ ସେଲ୍ସ (ବିକ୍ରୀ) ବନ୍ଦ ହୋଇଯାଇଛି। ସୂଚନା ମୁତାବକ ଗତ ଏପ୍ରିଲ ମାସରେ ଅଧିକତର ଅଟୋ ଇଣ୍ଡଷ୍ଟ୍ରି ଗୋଟିଏ ବି କାର ବିକ୍ରୀ କରିନାହିଁ। ବର୍ତ୍ତମାନ ଚତୁର୍ଥ ପର୍ଯ୍ଯାୟ ଲକଡାଉନରେ କୋହଳ ମିଳିବା ପରେ ଅଟୋ କମ୍ପାନୀ ପୁଣି ଥରେ ନିଜ ଟ୍ରାକକୁ ଫେରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହିକାରଣରୁ ଅଟୋ କମ୍ପାନୀ ଗ୍ରାହକଙ୍କ ମନ କିଣିବା ପାଇଁ ଭିନ୍ନ ଭିନ୍ନ ଅଫର୍ସ ଲଞ୍ଚ କରିଛି।

ଏହି ଜରିଆରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ଯ ଗ୍ରାହକଙ୍କ ପାଇଁ ଲୋନ ଠାରୁ ଆରମ୍ଭ କରି ଇଏମଆଇ ପର୍ଯ୍ଯନ୍ତ ଅନେକ ପ୍ରକାର ଛାଡ ଯୋଗାଇ ଦେଇଛି। ଆଜି ଆମେ ଆପଣଙ୍କୁ ଏଭଳି କିଛି ଅଫର୍ସ ବିଷୟରେ କହିବାକୁ ଯାଉଛୁ।

xmahindra-ବାସ୍ତବରେ ମହିନ୍ଦ୍ରା ନୂଆ ଫାଇନାନ୍ସ ସ୍କିମ୍ ଳଞ୍ଚ କରିଛି। ଏହି ସ୍କିମ୍ ଜରିଆରେ ଆପଣ ଆଜି ମହିନ୍ଦ୍ରାର କାର୍ କିଣି ତା’ର ଇଏମଆଇ ଆସନ୍ତା ବର୍ଷ ଅର୍ଥାତ ୨୦୨୧ ରେ ଦେଇପାରିବେ। ଏହିଭଳି ମହିନ୍ଦ୍ରା ଅନ୍ଯ ଏକ ସ୍କିମ୍ ରେ ଗ୍ରାହକଙ୍କୁ ୯୦ ଦିନ ପର୍ଯ୍ଯନ୍ତ ନିର୍ଦ୍ଧାରିତ ସମୟ ଦେଇଛି। ଅର୍ଥାତ ଯଦି ଆପଣ ମହିନ୍ଦ୍ରା କାର କିଣୁଛନ୍ତି ତେବେ ତାର ଇଏମଆଇ ୯୦ ଦିନ ପରେ ଆରମ୍ଭ ହେବ। ସେହିଭଳି ମହିନ୍ଦ୍ରା ନିଜ ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇ ଦେବା ସହ ଇଏମଆଇ କିସ୍ତିକୁ ଅଧା ଦେବାର ମଧ୍ଯ ସୁବିଧା ଯୋଗାଇ ଦେଇଛି।

mahindra carକେବଳ ଏତିକି ନୁହେଁ ଆପଣ ଏହି କାର୍ କିଣିବା ପାଇଁ ଚାହୁଁଥିଲେ ପ୍ରଥମେ ବିନା ଡାଉନପେମେଣ୍ଟ (ଟଙ୍କା ନଦେଇ) ରେ ଘରକୁ ନେଇପାରିବେ। ଅନ୍ଯଏକ ଅଫରରେ ମହିନ୍ଦ୍ରା ଗ୍ରାହକଙ୍କୁ ୮ ବର୍ଷ ପର୍ଯ୍ଯନ୍ତ ଲୋନ ନେବାରେ ଛାଡ କରିଛି। ଏହାଦ୍ବାରା ଆପଣଙ୍କ ମାସିକ ଇଏମଆଇ କମ ରଖିବାରେ ସାହାଯ୍ଯ ମିଳିବ। ବିଶେଷ ରୂପେ ମହିନ୍ଦ୍ରାର କାର୍ କିଣିବା ପୂର୍ବରୁ ଏଥିରେ ମିଳୁଥିବା ଅଫର୍ ବିଷୟରେ ପ୍ରଥମେ ଜାଣି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.