ବିଗ୍‌ବସ୍‌ ୧୩ ଫେମ୍‌ ଶେହନାଜ ଗିଲଙ୍କ ପିତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଏବେ ଫେରାର

ପ୍ରଖ୍ୟାତ ପଞ୍ଜାବୀ ଗାୟିକା ତଥା ବିଗ୍ ବସ୍ ୧୩ର ଶ୍ରେଷ୍ଠ ଏଣ୍ଟରଟେନର ସେହନାଜ୍ ଗିଲଙ୍କ ପିତା ସନ୍ତୋକ ସିଂହ ସୁଖଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ବନ୍ଧୁକ ଦେଖାଇ ପଞ୍ଜାବର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ସେ କାର ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ପୀଡ଼ିତା ମହିଳାଙ୍କ ଅଭିଯୋଗ ମୁତାବକ ଅମୃତସରର ବିସ୍ ସିଟିଠାରେ ଏହି ଘଟଣା ଘଟିଛି । ଏକୁଟିଆ ପାଇ ସନ୍ତୋକ ସିଂହ ତାଙ୍କୁ ଦୁଷ୍କର୍ମ କରିଥିଲେ । ପଞ୍ଜାବ ପୁଲିସ ନିକଟରେ ହୋଇଥିବା ଅଭିଯୋଗ ମୁତାବକ ପୀଡ଼ିତା ମହିଳା ମେ ୧୪ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ସନ୍ତୋକଙ୍କ ଘରକୁ ଯାଉଥିଲେ । ତାଙ୍କ ବନ୍ଧୁ ସନ୍ତୋକଙ୍କ ଘରେ ରହୁଥିଲେ । ଏହାପରେ ବାଟରେ ସନ୍ତୋକ ତାଙ୍କୁ ଲିଫ୍ଟ ଦେଇଥିଲେ । କିନ୍ତୁ କାର୍ ମଧ୍ୟରେ ତାଙ୍କୁ ବନ୍ଧୁକ ଦେଖାଇ ବଳାତ୍କାର କରିଥିଲେ ।

shahbaaz-gill

ତଦନ୍ତକାରୀ ଅଧିକାରୀ କହିଛନ୍ତି, ଅଭିଯୋଗ ପାଇବା ପରେ ଆମେ ସନ୍ତୋକଙ୍କ ଘରକୁ ଯାଇଥିଲୁ । କିନ୍ତୁ ସେ ଫେରାର ଅଛନ୍ତି । ଅନ୍ୟପକ୍ଷରେ ସେହନାଜ୍ ଏ ବିଷୟରେ ଆଦୌ ଜାଣି ନ ଥିବା ଦର୍ଶାଇଥିବା ବେଳେ ତାଙ୍କ ଭାଇ ସେହବାଜ୍ ଏହି ଘଟଣାକୁ ଖଣ୍ଡନ କରିଛନ୍ତି । ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ମହିଳା ଜଣକ ତାଙ୍କ ପିତାଙ୍କୁ ବଦନାମ କରିବା ପାଇଁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.