You Tubeରେ ଆସିଲା ନୂଆ ଫିଚର୍, ଏବେ ଟାଇମ୍ ସେଟ୍ କରି ଦେଖନ୍ତୁ ଭିଡିଓ

ୟୁଟ୍ଯୁବ୍ ରେ ଏକ ନୂଆ ଫିଚର- ବେଡଟାଇମ ରିମାଇଣ୍ଡର ଆସିଛି, ଯାହା ଲକଡାଉନ ସମୟରେ ଲାଭକାରୀ ହେବ । ସାଧାରଣତଃ ଭିଡିଓ ଦେଖିବା ଚକ୍କରରେ ଅଧିକାଂଶ ଲୋକମାନେ ଅନେକ ସମୟ ପର୍ଯ୍ଯନ୍ତ ଅନିଦ୍ରା ରହିଯାଇଥାନ୍ତି। କମ୍ପାନୀ କହିବାନୁଯାୟୀ You Tubeର ୱେଲନେସ ଏବଂ ସ୍କ୍ରିନ୍ ଟାଇମ ଟୁଲ୍ସ ଜରିଆରେ ଅଣାଯାଇଛି। ଏହି ଫିଚର ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ ଦୁଇଟି ପ୍ଲେଟଫର୍ମରେ ମିଳିବ।

newsinnerୟୁଟ୍ଯୁବର ଏହି ନୂଆ ଫିଚର୍ ବ୍ଯବହାର କରି ଆପଣ କେତେ ସମୟ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତାହା ସ୍ଥିର କରିପାରିବେ। ସେଟିଂକୁ ଯାଇ ଆପଣ ଭିଡିଓ କେତେବେଳେ ବନ୍ଦ ହେବ ତାର ସମୟ ସେଟ୍ କରିପାରିବେ। ଏଠାରେ ଆପଣ ଭିଡିଓ ଷ୍ଟାର୍ଟ ଟାଇମ୍ ଏବଂ ଏଣ୍ଡ ଟାଇମ୍ ସେଟ୍ କରିପାରିବେ। ସମୟ ଶେଷ ହେବା ପୂର୍ବରୁ ଥରେ ରିମାଇଣ୍ଡ ମଧ୍ଯ କରାଯିବ। କମ୍ପାନୀ କହିବାନୁଯାୟୀ ଏହି ଅପଡେଟ୍ ଧୀରେ ଧୀରେ ପ୍ରତ୍ଯେକ ବ୍ଯବହାରକାରୀଙ୍କ ପାଇଁ ଜାରି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.