Below header

ଚୋରି କରୁଛନ୍ତି ସରକାରୀ ବାବୁ, ଅଗ୍ନିଶମ ଗାଡ଼ିରୁ ଖାଲି ହେଉଛି ଲିଟର ଲିଟର ତେଲ

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠି ସରକାରୀ ଗାଡ଼ିରୁ ତେଲ ଚୋରି କରୁଛନ୍ତି ଖୋଦ ସରକାରୀ ଅଧିକାରୀ । ଜରୁରୀ କାଳିନ ସେବା ବ୍ୟବସ୍ଥା ଥିବା ଗାଡିରୁ ଦୀର୍ଘ ଦିନ ହେବ ତେଲ ଚୋରି ହେଉଥିଲା ତାହା ପୁଣି କାର୍ଯ୍ୟଳୟ ପରିସରରେ । ଏହାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ ବିବାଦ ଲାଗି ରହୁଥିବା ବେଳେ ଚୋରର ସନ୍ଧାନ ମିଳିପାରିନଥୁଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଚୋରିରେ ଆଉ କେହି ନୁହନ୍ତି ଖୋଦ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ହିଁ ସମ୍ପୃକ୍ତ ଅଛନ୍ତି । ଯାହାଙ୍କ ତତ୍ତ୍ୱାବଧାନରେ ହିଁ ଅନେକ ଦିନ ହେବ କାର୍ଯ୍ୟାଳୟ ପରିସରରେ ଥିବା ଗାଡ଼ିରୁ ତେଲ ଚୋରି ହୋଇ ଆସୁଥିଲା । ଘଟଣାଟି ସାମ୍ନାକୁ ଆସିଥିଲା ଏହିପରି ।

odisha fire

ହଠାତ ବାହାରର ଦୁଇ ଜଣ ଯୁବକ ଆସି ଗାଡ଼ିରୁ ଡ଼ିଜେଲ ବାହାର କରୁଥିବା ସମୟରେ ଗାଡି ଡ୍ରାଇଭରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ନଜରରେ ପଡିଥିଲେ । ଏହା ପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ବିରୋଧ କରିଥିଲେ । ଅଗ୍ନିଶମ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବହୁ ସମୟ ଧରି ତେଲ ଚୋରିକୁ ନେଇ ଯୁକ୍ତି ତର୍କ ସହ ପାଟି ତୁଣ୍ଡ ମଧ୍ୟ ହୋଇଥିଲା । ଏନେଇ ସଫେଇରେ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ କହିଛନ୍ତି କି ତାଙ୍କ ବାତ୍ୟା ପାଇଁ ତାଙ୍କର ବ୍ରହ୍ମପୁରରେ ଡିଉଟି ପଡିଛି ।

ସେଥିପାଇଁ ସେ ଗାଡ଼ିରେ ତେଲ କେତେ ଅଛି ତାହାର ହିସାବ ଜାଣିବା ପାଈଁ ବାହାର ଦୁଇ ଜଣ ଯୁବକଙ୍କୁ ଡାକି ତନାଘନା ଚଳାଇଥିଲେ । କାର୍ଯ୍ୟଳୟ ପରିସରରେ ତେଲ ଚୋରିକୁ ନେଇ କର୍ମଚାରୀଙ୍କ ମଧ୍ୟ୍ୟରେ କଥା କଟାକଟି ଓ ଯୁକ୍ତି ତର୍କର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.