ପ୍ରକୃତରେ କ’ଣ ଏହି ସୋନିକ ବୁମ୍‌ ? ଯାହା ପାଇଁ ଦୁଇଦିନ ତଳେ ବାଙ୍ଗାଲୋରରେ ଦେଖାଦେଇଥିଲା ଆତଙ୍କ

ବୁଧବାର ଅପରାହ୍ନ ଗୋଟାଏ ୨୦ ମିନିଟ୍ । ଲକଡାଉନ ଯୋଗୁଁ ଶାନ୍ତ ହୋଇଯାଇଥିବା ବେଙ୍ଗାଲୁର୍ ହଠାତ୍ ଅଶାନ୍ତ ହୋଇଯାଇଥିଲା । ସମସ୍ତେ ଭୟଭୀତ ହୋଇଯାଇଥିଲେ । ଥରି ଯାଇଥିଲା ପୁରା ବେଙ୍ଗାଲୁର ମହାନଗର । ଅଚାନକ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣର ଶବ୍ଦ । ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ କିଛି ଘରର କାଚ ମଧ୍ୟ ଭାଙ୍ଗିଯାଇଥିଲା । କେବଳ ସେତିକି ନୁହେଁ ଏହି ରହସ୍ୟମୟ ଶବ୍ଦ ଯୋଗୁଁ ବେଙ୍ଗାଲୁର ସହରର ଅନେକ ଅଂଶ ଥରିଯାଇଥିଲା । ଲୋକମାନେ ଭୟଭୀତ ହେବା ସହ ଏକ ଅନିଶ୍ଚିତ ଆଶଙ୍କାରେ ରହିଥିଲେ । ତେବେ ଏହି ଅପ୍ରାକୃତିକ ଘଟଣା ପଛର କାରଣ ସୋନିକ୍ ବୁମ୍ ଥିଲା ବୋଲି କୁହାଯାଇଥିଲା ଏବଂ ଲୋକମାନଙ୍କୁ ଲାଗିଲା ଯେ ସୋନିକ୍ ବୁମ୍ ପାଇଁ ଏପରି ଘଟିଛି, ବର୍ତ୍ତମନ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ କଣ ଏହି ସୋନିକ୍ ବୁମ ?

sonic boom

କଣ ଏହି ସୋନିକ୍ ବୁମ ?

ସାଧାରଣତଃ ଆପଣ ଜାଣିଥିବେ ଯେ ମୁଣ୍ଡ ଉପରେ କୌଣସି ଉଡାଜାହାଜ ଆକାଶରେ ଗଲାବେଳେ ଶବ୍ଦ ଶୁଭିଥାଏ। ସେହି ସମୟରେ କିଛି ଫାଟିଗଲା ପରି ଶବ୍ଦ ଶୁଭିଥାଏ କିନ୍ତୁ ପ୍ରକୃତରେ ଏପରି କିଛି ନଥାଏ। କୌଣସି ଜିନିଷ ଧ୍ୱନି କିମ୍ବା ଶବ୍ଦର ଗତିଠାରୁ ଅଧିକ ଗତିରେ, ପବନରେ ଗତି କରିବା ଦ୍ୱାରା ଏଭଳି ଶବ୍ଦ ସୃଷ୍ଟି ହୋଇଥାଏ। ଏହି ଶବ୍ଦକୁ ସୋନିକ ବୁମ୍‌ କୁହାଯାଏ। ଏହି ସୋନିକ ବୁମ୍‌ ଅଧିକ ମାତ୍ରାରେ ଧ୍ୱନି ଉତ୍ପନ୍ନ କରିଥାଏ। ସାଧାରଣତଃ ଉଡାଜାହାଜ ଶବ୍ଦ ଠାରୁ ମଧ୍ୟ ଏହାର ଶବ୍ଦ ଅଧିକ ହୋଇଥାଏ। ଯାହାକୁ ସୁପରସୋନିକ ସ୍ପିଡ କୁହାଯାଏ।

sonic

ଏହି ଧ୍ୱନିର ଗତି ୩୩୨ ମିଟର ପ୍ରତି ସେକେଣ୍ଡ ହୋଇଥାଏ। ଯେତେବେଳେ କୌଣସି ଜିନିଷ ୩୩୨ ମିଟର ପ୍ରତି ସେକେଣ୍ଡ ସ୍ପିଡରେ ଗତି କରିଥାଏ ସେତେବେଳେ ହିଁ ଏତେ ମାତ୍ରାରେ ଶବ୍ଦ ହୋଇଥାଏ। ଏହି ବିମାନ ଆକାଶରେ ଗତି କରିବା ସମୟରେ ଧ୍ୱନି ତରଙ୍ଗ ଉତ୍ପନ୍ନ କରିଥାଏ। ଯେତେବେଳେ ବିମାନ ଶବ୍ଦର ଗତି ଠାରୁ କମ୍‌ ଗତିରେ ଚାଲିଥାଏ, ସେତେବେଳେ କୌଣସି ଖାସ ପ୍ରଭାବ ପଡିନଥାଏ।

banla

କିନ୍ତୁ ବିମାନ ଯେତେବେଳେ ଧ୍ୱନିର ସ୍ପିଡ ଠାରୁ ଅଧିକ ଦ୍ରୁତଗତିରେ ଯାଇଥାଏ, ସେତେବେଳେ ସୋନିକ ବୁମ୍‌ ଉତ୍ପନ୍ନ ହୋଇଥାଏ। ସେତେବେଳେ ବହୁତ ଅଧିକ ମାତ୍ରାରେ ଧ୍ୱନି ଉର୍ଜା ଉତ୍ପନ୍ନ ହୋଇଥାଏ। ଯେଉଁଥିପାଇଁ ବିମାନ ଆସିବା ଆଗରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥାଏ କିନ୍ତୁ ବିମାନଟି ଅତିକ୍ରମ କରିବା ପରେ ପ୍ରଚଣ୍ଡ ଶବ୍ଦ ହୋଇଥାଏ । ସାଧାରଣତଃ ଏହା କୌଣସି ବିସ୍ଫୋରଣ କିମ୍ବା ବାଦଲ ଫାଟିବା ଭଳି ଶୁଭିଥାଏ।

ତେବେ ସେଦିନ ଏହି ଶବ୍ଦ ଭାରତୀୟ ବାୟୁସେନାର ସୁପର ସୋନିକ ବିମାନର ପରୀକ୍ଷଣ ଯୋଗୁଁ ହୋଇଥିଲା । ପ୍ରଥମେ ଏହି ବିମାନ ବନ୍ଦରରୁ ଉଡାଣ ଭରିଥିଲା ଆଉ ତାପରେ ଏହା ସହର ଉପର ଦେଇ ଉଡିଥିଲା ଯେଉଁଥିପାଇଁ ଏହି ଶବ୍ଦ ହୋଇଥିଲା ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.