Below header

୧୦ ଦିନରେ ଡିସଚାର୍ଜ ହେବେ କରୋନା ସଂକ୍ରମିତ, ପଢନ୍ତୁ ସମୂର୍ଣ୍ଣ ଖବର

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-19 ରୋଗୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ନୀତିରେ ପରିବର୍ତ୍ତନ କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଗୁରୁତର ଅସୁସ୍ଥ କିମ୍ବା ଅନ୍ୟାନ୍ୟ ରୋଗ ଥିବା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ଡିସ୍‌ଚାର୍ଜ କରିବା ପୂର୍ବରୁ ସେମାନଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ନେଗେଟିଭ୍‌ ଆସିବା ଜରୁରୀ। ସାଧାରଣ ତଥା ଲକ୍ଷଣ ନ ଥିବା କୋଭିଡ୍‌ ମାମଲାରେ ଡିସ୍‌ଚାର୍ଜ ପୂର୍ବରୁ ପରୀକ୍ଷାର ଆବଶ୍ୟକତା ନ ଥିବା ମନ୍ତ୍ରଣାଳୟ କହିଛି।

Coronavirusପୂର୍ବ ନିୟମ ଅନୁଯାୟୀ ଜଣେ ରୋଗୀ ୧୪ ଦିନରେ ନେଭେଟିଭ୍‌ ଏବଂ ଏହାର ୨୪ ଘଣ୍ଟା ପରେ ସମାନ ଫଳାଫଳ ଆସିଲେ ସେ ଡିସ୍‌ଚାର୍ଜ ପାଇଁ ଉପଯୁକ୍ତ ବୋଲି କରାଯାଉଥିଲା। ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନ ଭିତରେ ହିଁ ଡିସଚାର୍ଜ କରିଦିଆଯିବ। ଯାହାଙ୍କଠାରେ ଜ୍ୱର ୩ ଦିନରେ ଛାଡ଼ିଯିବ ଏବଂ ବିନା ଅକ୍ସିଜେନ ସହାୟତାରେ ପରବର୍ତ୍ତୀ ୪ ଦିନ ସାଚୁରେଶନ ୯୫ ପ୍ରତିଶତ ରହିବ ତାଙ୍କୁ ୧୦ ଦିନ ପରେ ଛାଡ଼ିଦିଆଯାଇପାରିବ। ଆହୁରି ମଧ୍ୟ ଡିସଚାର୍ଜ ପୂର୍ବରୁ ତାଙ୍କର ଟେଷ୍ଟ ମଧ୍ୟ କରାଯିବନାହିଁ।

corona death-6ଡିସଚାର୍ଜ ହେବା ପରେ ରୋଗୀଙ୍କୁ ଘରେ ଆଉ ୭ ଦିନ ହୋମ କ୍ୱାରେଣ୍ଟିନରେ ରହିବାକୁ ହେବ। ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୨୭୭ ନୂଆ କେସ୍‌ ସାମ୍ନାକୁ ଆସିଛି । ସେହିପରି ଗତ ୨୪ ଘଣ୍ଟା ଭିତରେ ୧୨୭ ଜଣଙ୍କ ଜୀବନ ନେଲଣି ଏହି ମାରାତ୍ମକ ଭାଇରସ୍‌ । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୩ ହଜାର ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୬୨ ହଜାର ୯୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ୍‌ କେସ୍‌ ରହିଛି ୪୧ ହଜାର ୪୭୨ । ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି ଆଜି ସୁଦ୍ଧା ୨୧୦୯ ଜଣଙ୍କ ଜୀବନ ନେଲାଣି ଭାଇରସ୍‌ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.