ବାଲେଶ୍ୱରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଜିଲ୍ଲାରେ ୪୨ଟି ପଜିଟିଭ କେଶ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱରରେ ଆଜି ୧୫ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ବାଲେଶ୍ୱରର ୧୫ରୁ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା । ଅନ୍ୟ ୫ଜଣ କର୍ଣ୍ଣାଟକରୁ ଆସିଥିବା ସୂଚନା ମିଳିଛି । ସେପଟେ ଦୀର୍ଘ ୨୧ଦିନ ପରେ ବାଲେଶ୍ୱର ନେଳିଆବାଗ ଅଞ୍ଚଳରେ ସ୍ଥିତି କିଛିଟା ସ୍ୱାଭାବିକ ହୋଇଛି । ଏଠାରୁ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ୩ଟି ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା ।

କଟକଣା ହଟିବା ପରେ ଲୋକମାନଙ୍କ ଚାଲିଚଳନରେ କିଛିଟା ପରିବର୍ତ୍ତନ ଦେଖାଦେଇଥିଲା । କହିରଖିବା ଉଚିତ ହେବକି ବାଲେଶ୍ୱର ବର୍ତ୍ତମାନ ସମୟରେ ରେଡ଼ ତାଲିକାରେ ଅଛି । ଏହାକୁ ମିଶାଇ ରାଜ୍ୟର ୫ ଟି ଜିଲ୍ଲା ରେଡ଼ ଜୋନ ତାଲିକାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.