ପିଏମ୍ ମୋଦିଙ୍କୁ ନିମନ୍ତ୍ରଣ ଦେଇ ଗୋଡ଼ ଛୁଇଁଲେ OYO ଫାଉଣ୍ଡର; ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି ରିତେଶ ଅଗ୍ରଓ୍ଵାଲ
ବିବାହ କରିବାକୁ ଯାଉଛନ୍ତି OYO ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ। ଏହା ପୂର୍ବରୁ ସେ ପିଏମ୍ ମୋଦିଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆସନ୍ତା ମାର୍ଚ୍ଚରେ ରିତେଶ ବିବାହ ବନ୍ଧନରେ ବାନ୍ଧି ହେବେ।

ଓୟୋ ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ବିବାହ କରୁଛନ୍ତି। ଏହା ପୂର୍ବରୁ ସେ ପିଏମ୍ ମୋଦିଙ୍କ ଗୋଡ଼ ଛୁଇଁ ଆଶୀର୍ବାଦ ନେଇଛନ୍ତି। ହସ୍ପିଟାଲିଟି ଚେନ୍ ଓୟୋ ରୁମ୍ସର ଫାଉଣ୍ଡର ରିତେଶ ଅଗ୍ରଓ୍ଵାଲ ଚଳିତ ବର୍ଷ ମାର୍ଚ୍ଚରେ ଅର୍ଥାତ୍ ଆସନ୍ତା ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଯୁବ ଅରବପତି ନିଜ ମା’ ଓ ଭାବି ପତ୍ନୀଙ୍କ ସହ ମିଶି ପିଏମ୍ ମୋଦିଙ୍କୁ ବିବାହ ନିମନ୍ତ୍ରଣ ଦେବାକୁ ପହଞ୍ଚିଥିଲେ। ରିତେଶ ଅଗ୍ରଓ୍ଵାଲଙ୍କ ମା’ ପିଏମ୍ ମୋଦିଙ୍କୁ ନିଜ ହାତରେ ବିବାହ କାର୍ଡ ଦେଇ ଆମନ୍ତ୍ରିତ କରିଥିଲେ।
ତେବେ ରିତେଶଙ୍କ ପତ୍ନୀଙ୍କ ବିଷୟରେ ଅଧିକ କିଛି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଜାରି ଫଟୋଗୁଡ଼ିକରେ ସେ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି। ପିଏମ୍ ମୋଦିଙ୍କ ସହ ସାକ୍ଷାତ ସମୟର ଫଟୋଗୁଡ଼ିକୁ ରିତେଶ ଅଗ୍ରଓ୍ଵାଲ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ରିତେଶ ପ୍ରାୟ ୧୯ ବର୍ଷ ବୟସରେ ଓୟୋ ଆରମ୍ଭ କରିଥିଲେ ଏବଂ ଆଜି ସେ ଦେଶର ଧନୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି। ଓୟୋର ବ୍ୟବସାୟ ବିଶ୍ୱର ୮୦ଟି ଦେଶରେ ପାଖାପାଖି ୮୦୦ରୁ ଅଧିକ ସହରରେ ବ୍ୟାପିଛି, ଏଠାରେ ଓୟୋ ରୁମ୍ସ ଉପଲବ୍ଧ ରହିଛି। ରିତେଶ ଅଗ୍ରଓ୍ଵାଲଙ୍କର ମୋଟ ସମ୍ପତ୍ତି ମୂଲ୍ୟ ପାଖାପାଖି ୧.୧ ବିଲିୟନ ଡଲାର ଅର୍ଥାତ୍ ୯,୦୦୦ କୋଟି ଟଙ୍କା ହେବ।