ପ୍ରତାରଣା କରି ବିବାହ କରିଥିବା ନେଇ ମନୋମାଳିନ୍ୟ ପରେ ଏସିଡ ଫିଙ୍ଗି ଫେରାର ହେଲା ସ୍ୱାମୀ, ସ୍ତ୍ରୀ ସହ ୩ଜଣ ଗୁରୁତର

ଯୁବତୀ ତାଙ୍କ ଭଉଣୀ ଘରେ ରହିଥିବା ବେଳେ ଚନ୍ଦନ ଆଜି ଏସିଡ ମାଡ଼ କରି ଫେରାର ହୋଇ ଯାଇଛି। ଏଥିରେ ଯୁବତୀଙ୍କ ସହ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ଅଛନ୍ତି।

ବାଲେଶ୍ବର(କେନ୍ୟୁଜ୍): ଘରେ ପଶି ଏସିଡ ମାଡ଼। ସ୍ତ୍ରୀକୁ ଏସିଡ ମାଡ଼ କଲା ସ୍ୱାମୀ। ବାଲେଶ୍ୱର ଭୀମାପୁର ଅଞ୍ଚଳରେ ଅଭାବନୟୀ ଘଟଣା। ପ୍ରତାରଣା କରି ବିବାହ କରିଥିବା ନେଇ ମନୋମାଳିନ୍ୟ ହେବା ପରେ ସ୍ତ୍ରୀ ଉପରେ ଏସିଡ ଫିଙ୍ଗି ଫେରାର ହୋଇଛି ସ୍ୱାମୀ। ନୀଳଗିରି ସନ୍ତରାଗାଡିଆ ଅଞ୍ଚଳର ଚନ୍ଦନ ରଣା ଗତ ଦେଢ଼ ମାସ ତଳେ ରେମୁଣା ବ୍ଲକ୍‌ ଭୀମପୁରା ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଚନ୍ଦନ ପୂର୍ବରୁ ବିବାହିତ ଓ ତାଙ୍କର ୨ସନ୍ତାନ ଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଥିଲା।

ଉଭୟ ଅଲଗା ହୋଇ ରହିଥିଲେ। ଏହି ଘଟଣା ପୂର୍ବରୁ ଥାନାକୁ ମଧ୍ୟ ଯାଇଥିଲା। ତେବେ ଦୁଇ ପରିବାରର ଆଲୋଚନା ପରେ ଉଭୟେ ଅଲଗା ରହିଥିଲେ। ଯୁବତୀ ତାଙ୍କ ଭଉଣୀ ଘରେ ରହିଥିବା ବେଳେ ଚନ୍ଦନ ଆଜି ଏସିଡ ମାଡ଼ କରି ଫେରାର ହୋଇ ଯାଇଛି। ଏଥିରେ  ଯୁବତୀଙ୍କ ସହ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ଅଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ  ଯୁବତୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ଭଉଣୀ  ଓ ତାଙ୍କ ଦୁଇ ଶିଶୁଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।