Below header

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ଇମ୍ରାନଙ୍କ ଗିରଫକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ମୁକ୍ତ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କାଲି ଇସଲାମାବାଦ ହାଇକୋର୍ଟରେ ଇମ୍ରାନ୍‌ଙ୍କୁ ହାଜର କରାଯିବ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଗିରଫ ନେଇ ହସ୍ତକ୍ଷେପ କରିଥିଲେ ସୁପ୍ରିମ୍‌କୋର୍ଟ ।

କୋର୍ଟ ଭିତରୁ ଯେଉଁଭଳି ତାଙ୍କୁ ଉଠାଇ ନେଇ ଗିରଫ କରାଗଲା ତାହା ଅବୈଧ । ଏଥିପାଇଁ ଇସଲାମାବାଦ ଆଇଜି ଓ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ସମନ ଜାରି ହୋଇଥିଲା । ଘଣ୍ଟାକ ମଧ୍ୟରେ ଇମ୍ରାନଙ୍କୁ ସୁପ୍ରିମକୋର୍ଟରେ ହାଜର ପାଇଁ କୁହାଯାଇଥିଲା । ଗତ ମଙ୍ଗଳବାର ଅଲ୍‌କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହାପରେ ଇମ୍ରାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ପୋଡ଼ାଜଳା କରିଥିଲେ ।

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଥିଲା ଏନଏବି । ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଇଛି NAB । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.