Below header

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ, ଦୀର୍ଘ ଦିନ ହେବ ଲିଭର ରୋଗରେ ପୀଡିତ ଥିଲେ

ଆଜି ସନ୍ଧ୍ୟାରେ ଖାନ ନଗର ସ୍ଥିତ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ କଟକର ଅନେକ ରାଜନେତା ତଥା ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଙ୍କ ସମେତ ବହୁ ନେତା ଅଶୋକ ସାମଲଙ୍କ ବାସଭବନ ରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ

କଟକ(କେନ୍ୟୁଜ୍): ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ । ଦୀର୍ଘ ଦିନ ହେବ ଲିଭର ଜନିତ ରୋଗରେ ପୀଡିତ ଥିଲେ । ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିବା ବେଳେ ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କଂଗ୍ରେସ ଦଳରେ ଦିର୍ଘଦିନ ଧରି କାର୍ଯ୍ୟ କରୁଥିଲେ ଓ ମୁଖପାତ୍ର ଭାବେ ଦାୟିତ୍ୱ ସଂପାଦନ କରୁଥିଲେ।

ଆଜି ସନ୍ଧ୍ୟାରେ ଖାନ ନଗର ସ୍ଥିତ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ କଟକର ଅନେକ ରାଜନେତା ତଥା ବିଧାୟକ ମହମ୍ମଦ ମୋକିମ, ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଙ୍କ ସମେତ ବହୁ ନେତା ଅଶୋକ ସାମଲଙ୍କ ବାସଭବନ ରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । କଟକ ସହର ର ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ସହଯୋଗ ସବୁବେଳେ ରହିଥିଲା । ତାଙ୍କ ବିୟୋଗ ନିହାତି ଭାବରେ ଏକ ଅପୂରଣୀୟ କ୍ଷତି ଘଟାଇଛି ବୋଲି ରାଜନେତା ମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.