Below header

ପାକିସ୍ତାନୀ ଟିକ୍‌ ଟକ୍‌ ଷ୍ଟାର୍‌ ମଲ୍‌ ଭିତରେ ଖାଇଲେ ଛେଚା, ଯୁବକମାନେ ମାରିଲେ ଲାତ! ଦେଖନ୍ତୁ ଭିଡିଓ

ପାକିସ୍ତାନର ଟିକ୍‌ ଟକ୍‌ ଷ୍ଟାର୍‌ ହରିମ୍‌ ଶାହ ପୁଣିଥରେ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜ ଭିଡିଓ ଯୋଗୁ ନୁହେଁ, ବରଂ ମାଡ଼ ମରାଯିବା କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ହରିମ୍‌ ନିଜେ ଭିଡିଓରେ ଏ ନେଇ ସୂଚନା ଦେଇଛନ୍ତି। ଦୁବାଇରେ ଲୋକେ କିଭଳି ତାଙ୍କୁ ପିଟିଛନ୍ତି ଏବଂ ଲାତ ମାରିଛନ୍ତି, ସେ ବିଷୟରେ ସେ ଭିଡିଓରେ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି।

tik2

ହରିମ୍‌ ଏକ ମଲ୍‌ର କାଯ୍ୟର୍କ୍ରମରେ ଯୋଗଦେବା ପାଇଁ ଦୁବାଇରେ ପହଞ୍ଚିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଧକ୍କା ମାରିଥିଲେ। ହରିମ୍‌ କହିଥିଲେ, ‘ମୋତେ ଦୁବାଇର ଓସିସ୍‌ ମଲ୍‌ ଓପନିଂରେ ଅତିଥି ରୂପେ ଆମନ୍ତ୍ରିତ କରାଯାଇଥିଲା। ସେଠାରେ ଶହେରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଯୁବକ ମୋତେ ଧକ୍କା ମାରିଥିଲେ ଏବଂ ଗାଳି ଦେଇଥିଲେ। ଏପରି କି, କିଛି ଯୁବକ ମୋତେ ଲାତ ମଧ୍ୟ ମାରିବାକୁ ପଛାଇ ନ ଥିଲେ। କ’ଣ ଏଭଳି ଆପଣ ନିଜ ଘରର ମହିଳାଙ୍କ ସହ କରିଥାଆନ୍ତି’?


ତେବେ ପୂର୍ବରୁ ମଧ୍ୟ ହରିମ୍‌ ଅସଦାଚରଣର ଶିକାର ହୋଇଥିଲେ। ଏକ କାଯ୍ୟର୍କ୍ରମ ସମୟରେ କିଛି ଯୁବକ ତାଙ୍କ ଫଟୋ ନେବା ବାହାନାରେ ଘେରିଯାଇଥିଲେ। ହରିମ୍‌ କହିଥିଲେ, ‘ଫଟୋ ନେବା ସମୟରେ ଜଣେ ଯୁବକ ତାଙ୍କ ହାତ ଧରିପକାଇଥିଲେ ଏବଂ ତାଙ୍କ ସହିତ ଖରାପ କାମ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସମୟ ପୂର୍ବରୁ ସେ ଉକ୍ତ ଯୁବକଙ୍କଠାରୁ ଦୂରେଇ ଯାଇଥିଲେ’।

କହି ରଖୁଛୁ କି, ହରିମ୍‌ ପ୍ରାୟ ଦୁଇମାସ ପୂର୍ବରୁ ପାକିସ୍ତାନର ଫରେନ୍‌ ଅଫେୟର୍ସ କମିଟି ରୁମ୍‌ରେ ଟିକ୍‌ ଟକ୍‌ ଭିଡିଓ ବନାଇ ବିବାଦରେ ଫସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.