ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ରହିଛି ଉଚ୍ଛେଦ ଅଭିଯାନ, ଆଜି ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି

ପୁରୀ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ରହିଛି ଉଚ୍ଛେଦ ଅଭିଯାନ। ଶ୍ରୀମନ୍ଦିର ସୁରକ୍ଷା ପାଚେରୀର ୭୫ମିଟର ଜାଗାକୁ ଖାଲି କରାଯାଉଛି। ଗତକାଲି ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରୁ କିଛି ଉଚ୍ଛେଦ କରାଯାଇଥିବାବେଳେ ଆଜି ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି। ଏହାସହ ଗଡନ୍ତି ଛକରେ ଦୁଇଟି ବ୍ୟକ୍ତିଗତ କୋଠା ସାଙ୍ଗକୁ ଭିତର ସେବାୟତ ନିଯୋଗର ତିନି ମହଲା ବିଶିଷ୍ଟ କୋଠାକୁ ଉଚ୍ଛେଦ କରାଯିବ। ଏହି ତିନୋଟି କୋଠାରୁ ଇଲେକ୍ଟ୍ରିକ ଓ ପାଣି ସଂଯୋଗ କାଟିଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଭିତର ସେବାୟତ ନିଯୋଗର କୋଠା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଞ୍ଚରୁ ଉର୍ଦ୍ଧ୍ୱ ଜେସିବି ଭଙ୍ଗା କାର୍ଯ୍ୟରେ ନିୟୋଜିତ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ୯ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.