Below header

ତୈମୁରଙ୍କ ଜନ୍ମଦିନ ଅବସରରେ ଭଉଣୀ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସେୟାର କଲେ ଏଭଳି ଫଟୋ ଆଉ ଲେଖିଲେ..

ସେଫ ଅଲ୍ଲୀ ଖାନ ଓ କରିନା କପୁରଙ୍କର ଛୋଟ ରାଜକୁମାର ଓ ସୋସିଆଲ ମିଡ଼ିଆର ସେନ୍ସେସନ ତୈମୁର ଅଲ୍ଲୀ ଖାନଙ୍କର ଆଜି ତୃତୀୟ ଜନ୍ମଦିନ। ଜନ୍ମଦିନ ଅବସରରେ ତୈମୁରଙ୍କ ବାପା ମା ଏକ ଖାସ ପାର୍ଟିର ଆୟୋଜନ କରିଥିଲେ। ଯେଉଁଥିରେ ସାରା ପରିବାର ସହିତ ବଲିଉଡର ଅନ୍ୟ ଷ୍ଟାରକିଡ଼ ମାନେ ମଧ୍ୟ ଯୋଗ ଦେଇଥିଲେ। ସବୁଆଡୁ ତୈମୁରଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଏହା ମଧ୍ୟରେ ତୈମୁରଙ୍କ ପାଇଁ ସାରା ଅଲ୍ଲୀ ଖାନଙ୍କର ଏକ ପୋଷ୍ଟ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ତୈମୁରଙ୍କ ତୃତୀୟ ଜନ୍ମବାର୍ଷିକୀରେ ସାରା ତୈମୁରଙ୍କ ସହିତ ନିଜର କିଛି ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

 

View this post on Instagram

 

Happiest birthday little Tim Tim 🤗🎂🧁💓🌈🧿💋💥👼 #munchkin #cutiepie #birthdayboy

A post shared by Sara Ali Khan (@saraalikhan95) on


ତୈମୁର ଅଲ୍ଲୀ ଖାନଙ୍କ ଜନ୍ମଦିନରେ ସାରା ଅଲ୍ଲୀ ଖାନ ନିଜର ଛୋଟଭାଇ ସହିତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ ସାରା ତୈମୁରଙ୍କ ସହିତ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି । କେତେବେଳେ ତାଙ୍କୁ ଖୁଆଇ ଦେଉଛନ୍ତି ତ କେତେବେଳେ ତାଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି । ଫଟୋରେ ସାରା ଅଲ୍ଲୀ ଖାନ ଓ ତୈମୁର ଅଲ୍ଲୀ ଖାନଙ୍କର ବଣ୍ଡିଙ୍ଗ ବହୁତ ଭଲ ଲାଗୁଛି । ନିଜ ଭାଇକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସାରା ଲେଖିଛନ୍ତି “ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଛୋଟେ ଟିମ ଟିମ” । ଫଟୋରେ ତୈମୁର ଓ ସାରା ବହୁତ ସୁନ୍ଦର ଦେଖାଯାଉଛନ୍ତି ଯାହା ଉପରେ ଲୋକମାନେ ଭଳିକିଭଳି କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି।


ସୂଚନା ଅନୁଯାୟୀ ତୈମୁରଙ୍କ ବର୍ଥ ଡେ ପାର୍ଟିରେ କରିନା କପୁର ଓ ସେଫ ଅଲ୍ଲୀ ଖାନଙ୍କ ସହିତ କରିସ୍ମା କପୁର, ସୋହା ଅଲ୍ଲୀ ଖାନ, କରଣ ଜୋହର, ୟସ ଜୋହରଙ୍କ ସହିତ ବଲିଉଡର ଅନେକ ନାମୀ ଦାମୀ ଲୋକ ଉପସ୍ଥିତ ଥିଲେ । ନିଜ ଜନ୍ମଦିନ ଅବସରରେ ତୈମୁର ଏକ ବ୍ଲାକ ଟିସାର୍ଟ ଓ ହ୍ୱାଇଟ ଟ୍ରାଉଜରରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.