ଅନ୍ତରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଫେଲ୍‌ ମାରିବା ପ୍ରସଙ୍ଗରେ PCCF ବନ୍ୟଜନ୍ତୁଙ୍କ ପ୍ରତିକ୍ରିୟା, କହିଲେ ପ୍ରକଳ୍ପ ବିଫଳର ଅନେକ କାରଣ

ଭୁବନେଶ୍ବର: ଆନ୍ତଃରାଜ୍ୟ ବ୍ୟାଘ୍ର ପ୍ରକଳ୍ପ ଫେଲ ମାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିପିସିଏଫ ବନ୍ୟଜନ୍ତୁ। ପୁରୁଷ ବାଘ ମହାବୀରର ମୃତ୍ୟୁ ସହ ପ୍ରକଳ୍ପ ବିକଳ୍ପ ହେବା ପଛରେ ଅନେକ କାରଣ ରହିଛି। ପ୍ରଥମରୁ ସ୍ଥାନୀୟ ଲୋକେ ବାଘରୁ ନେଇ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେଲେ। ସାତକୋଶିଆ ଅଞ୍ଚଳବାସୀଙ୍କ ବିରୋଧ ପାଇଁ ଗଲା ୧୩ ମାସ ଧରି ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ରହିଛି। ମହାବୀରର ମୃତ୍ୟୁ ଶିକାରୀଙ୍କ ଦ୍ୱାରା ହୋଇଥିବା ଏନଟିସିଏ ରିପୋର୍ଟ ଦେବା ପରେ ଏହାର ତଦନ୍ତ ଚାଲିଛି। ଏହାସହ ବନବିଭାଗର ମଧ୍ୟ ଭୁଲ ରହିଥିବା ସ୍ୱୀକାର କରିଛନ୍ତି ପିସିସିଏଫ। ଏନଟିସିଏଙ୍କ ନିର୍ଦ୍ଦେଶ କ୍ରମେ ସାତକୋଶିଆ ଅଭୟାରଣ୍ୟରେ ରହୁଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ଯେଉଁ ସମୟରେ ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ସାତକୋଶିଆ ଉପଯୁକ୍ତ ହୋଇପାରିବ ସେତେବେଳେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚିନ୍ତା କରାଯିବ। ଓଡ଼ିଶାରେ ଏହି ଆନ୍ତଃରାଜ୍ୟ ପ୍ରକଳ୍ପ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.