Below header

ସଂସଦ ସୁରକ୍ଷା ତ୍ରୁଟି ମାମଲା : ସ୍ପେଶାଲ ସେଲ୍‌ ଟିମକୁ ରାଜସ୍ଥାନରୁ ମିଳିଲା ସମସ୍ତ ଅଭିଯୁକ୍ତଙ୍କ ଦରପୋଡା ମୋବାଇଲ

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ମାମଲାରେ ଯାଞ୍ଚ ଟିମକୁ ସମସ୍ତ ଅଭିଯୁକ୍ତଙ୍କ ଦରପୋଡା ମୋବାଇଲ ଫୋନ ମିଳିଯାଇଛି । ସଂସଦରେ ପଶିବା କାଣ୍ଡ କରିବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଫୋନକୁ ମାଷ୍ଟରମାଇଣ୍ଡ ଲଳିତ ଝା ନେଇଯାଇଥିଲା ।

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ମାମଲାରେ ଯାଞ୍ଚ ଟିମକୁ ସମସ୍ତ ଅଭିଯୁକ୍ତଙ୍କ ଦରପୋଡା ମୋବାଇଲ ଫୋନ ମିଳିଯାଇଛି । ସଂସଦରେ ପଶିବା କାଣ୍ଡ କରିବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଫୋନକୁ ମାଷ୍ଟରମାଇଣ୍ଡ ଲଳିତ ଝା ନେଇଯାଇଥିଲା । ରାଜସ୍ଥାନ ଫେରାର ହେବା ସମୟରେ ଫୋନକୁ ଜଳାଇଥିବା ପୋଲିସ ଜାଣିବାକୁ ପାଇଛି ।

ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ପାର୍ଟସ୍ ରାଜସ୍ଥାନରୁ ମିଳିଛି। ଏହି ମୋବାଇଲକୁ ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ଲଳିତ ମୋହନ ଝା ନେଇଯାଇଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝା ଦିଲ୍ଲୀ ଆସିବା ପୂର୍ବରୁ ସମସ୍ତ ୫ଟି ମୋବାଇଲ୍ ଫୋନ୍ ନଷ୍ଟ କରିଦେଇଥିଲେ । ଏବେ ପୋଲିସ ଲଳିତ ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଲୋକେସନ୍ ସମ୍ପର୍କରେ ସେଲ୍ୟୁଲାର କମ୍ପାନିଠାରୁ ତଥ୍ୟ ମାଗିଛି।

ସ୍ପେଶାଲ ସେଲ୍‌ ଯାଞ୍ଚ ସମୟରେ ଜାଣିବାକୁ ପାଇଛି କି, ଅଭିଯୁକ୍ତ ପରସ୍ପର ସହିତ ଇନଷ୍ଟାଗ୍ରାମରେ ତିଆରି ହୋଇଥିବା ଭଗତ ସିଂ ଫ୍ୟାନ୍‌ ପେଜ ଜରିଆରେ ଏକାଠି ହୋଇଥିଲେ । ଏହି ସମୟରେ ଦେଶଭକ୍ତ ୮୮ ନାମକ ଏକ ପେଜ୍‌ ହ୍ୟାଣ୍ଡେଲ ବନାଯାଇଥିଲା । ଏହାସହିତ ଦେଶର ସମସ୍ତ ଯୁବପିଢିଙ୍କୁ ଏକାଠି କରିବାକୁ ଅପିଲ କରାଯାଉଥିଲା । ପେଜର ଏକ ପୋଷ୍ଟରେ କୁହାଯାଇଥିଲା କି, ଏମାନେ ବିଜେପି କିମ୍ବା କଂଗ୍ରେସ ସହିତ ଜଡିତ ନାହାନ୍ତି, ସେମାନେ କ୍ରାନ୍ତି କରିବାକୁ ଚାହୁଁଛନ୍ତି, ତେଣୁ ଯୁବପିଢି ସାମିଲ ହୁଅନ୍ତୁ ।

ଏହି ପେଜର ଚାଟ୍‌ ବକ୍ସରେ ଲଳିତ ନିଜ ପରିଚୟ ଦେଇଥିଲା । ଏହାପରେ ମହେଶ ମଧ୍ୟ ଯୋଡି ହୋଇଥିଲା । ପରସ୍ପର ନିଜ ବିଷୟରେ ତଥ୍ୟ ଦେବା ପରେ ଏକାଠି ହୋଇଥିଲେ ।

ସୂଚନାଯୋଗ୍ୟ, ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.