ହଜିଗଲା ମାନବିକତା, ଟ୍ରଲିରେ ବୁହାହେଲା ନିଖୋଜ ବୃଦ୍ଧଙ୍କ ଶବ

ବାପାର ମୃତ୍ୟୁ କେଉଁ କାରଣରୁ ହେଲା ନା କିଏ ତାଙ୍କୁ ମାରି ଦେଇଛି । କିଛି ଜଣା ନଥିଲା ପୁଅକୁ । ତେଣୁ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ନ ନେବାରୁ ବାଧ୍ୟ ହୋଇ ପୁଅ ଏକ ଟ୍ରଲି ସାହାଯ୍ୟରେ ନିଜ ମୃତ ବାପାର ଶବକୁ ନେଇ ହସ୍ପିଟାଲରେ ପହଞ୍ଚିଥିବା ଜଣା ପଡ଼ିଛି ।

କଟକ (କେନ୍ୟୁଜ): ହଜିଗଲା ମାନବିକତା । ପଚା ଗଳିତ ଶବକୁ ବ୍ୟବଚ୍ଛେଦ ପାଇଁ ନେଲାନି ପୋଲିସ । ଓଲଟା ପୁଅକୁ ନିର୍ଦ୍ଦେଶ ଦେଲେ ଶବକୁ ହସ୍ପିଟାଲକୁ ନେଇ ଆସ । ପୁଅ ବିଚରା ବି କଣ କରିବ । ନିଜ ବାପା ଶବକୁ ଟ୍ରଲିରେ ବୋହି ବୋହି ହସ୍ପିଟାଲରେ ପହଞ୍ଚାଇଲା । ବାପାର ମୃତ୍ୟୁ କେଉଁ କାରଣରୁ ହେଲା ନା କିଏ ତାଙ୍କୁ ମାରି ଦେଇଛି । କିଛି ଜଣା ନଥିଲା ପୁଅକୁ । ତେଣୁ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ନ ନେବାରୁ ବାଧ୍ୟ ହୋଇ ପୁଅ ଏକ ଟ୍ରଲି ସାହାଯ୍ୟରେ ନିଜ ମୃତ ବାପାର ଶବକୁ ନେଇ ହସ୍ପିଟାଲରେ ପହଞ୍ଚିଥିବା ଜଣା ପଡ଼ିଛି ।

ତଦନ୍ତ ନା ରେ ଗଳିତ ଶବକୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପୋଲିସ ଦେଲା ନିର୍ଦ୍ଦେଶ । ପୁଅକୁ ପୋଲିସ କହିଲା ତୁମେ ବାପାଙ୍କ ଶବ ଧରି ମେଡିକାଲକୁ ଆସ। କିଛି ଉପାୟ ନ ପାଇ ପୁଅ ମଧ୍ୟ ନିଜ ବାପାକୁ ଟ୍ରଲିରେ ବୋହି ହସ୍ପିଟାଲରେ ପହଞ୍ଚିଲା । ଉପକୂଳ ଜିଲ୍ଲାର ଲୋମ ଟାଙ୍କୁରା ଦୃଶ୍ୟକୁ ଦେଖିଲେ ଆପଣଙ୍କ ଦେହ ବି ଥରିଯିବ ।

କଟକ ଜିଲ୍ଲା ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ଜଅଁକୋଟି ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଜନୈକ ବୃଦ୍ଧ କିଛି ଦିନ ତଳେ ଘରୁ ନିଖୋଜ ଥିଲେ । ତେଣୁ ତାଙ୍କ ପୁଅ ମାହାଙ୍ଗା ଥାନାରେ ଏନେଇ ରିପୋର୍ଟ ଲେଖାଇ ଥିଲେ । ଅଭିଯୋଗ ଥିବା ସତ୍ୱେ ନିଖୋଜ ବୃଦ୍ଧଙ୍କୁ ଠାବ କରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ନିଖୋଜର ୪ ଦିନ ପରେ ନୁର୍ତ୍ତାଙ୍ଗ ପଞ୍ଚାୟତ ଅଜଣାମଠ ନିକଟରୁ ନିଖୋଜ ବୃଦ୍ଧଙ୍କ କ୍ଷତାକ୍ତ ଶବ ପଡ଼ିଥିବା ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ମୃତକଙ୍କ ପରିବାର ପକ୍ଷରୁ ମାହାଙ୍ଗା ଥାନାକୁ ମଧ୍ୟ ସୂଚନା ଦିଆ ଯାଇଥିଲା । ପୋଲିସ କିନ୍ତୁ ନିଜ ମାନବିକତାକୁ ଭୁଲି ମାହାଙ୍ଗା ସରକାରୀ ହସ୍ପିଟାଲକୁ ବୃଦ୍ଧଙ୍କ ଶବକୁ ଆଣିବା ପାଇଁ ପରିବାର ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲା।

ଚନ୍ଦ୍ର ଶେଖରଙ୍କ ବାପାର ମୃତ୍ୟୁ କେମିତି ହୋଇଛି ତାର ତଦନ୍ତ କରିବା ଦାୟିତ୍ବ ପୋଲିସର । ହେଲେ ତା ସହିତ ମାନବିକତା ଦେଖାଇବା ପାଇଁ ସବୁ ବେଳେ ସଚେତନ କରାଯାଉଛି ପୋଲିସକୁ । ତେବେ ପୋଲିସର ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯଦି ଲୋକଙ୍କ ସହାୟତା ପାଇଁଥିବା ପୋଲିସ ହିଁ ଏପରି କରିବ ତ କାହାକୁ କହିବା ? ତେବେ ଏ ନେଇ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.