Below header

୨ହଜାର ଟଙ୍କିଆ ନୋଟ ବଦଳାଇବା ନେଇ ଜାରି ହେଲା ଗାଇଡଲାଇନ୍‌, ଲୋକଙ୍କୁ ହେବନି କୌଣସି ଅସୁବିଧା

ଟଙ୍କା ବଦଳ ସମୟରେ ବ୍ୟାଙ୍କ ଲୋକମାନଙ୍କ ପାଇଁ ୱେଟିଂ ସ୍ପେଶ, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆରବିଆଇ ।

ନୂଆଦିଲ୍ଲୀ (କେନ୍ୟୁଜ୍‌) : କାଲିଠୁ ଆଇବିଇ ଗାଇଡ ଲାଇନ୍ ଅନୁଯାୟୀ ବଦଳ ହେବ ୨ହଜାର ଟଙ୍କିଆ ନୋଟ । ଟଙ୍କା ବଦଳ ସମୟରେ ବ୍ୟାଙ୍କ ଲୋକମାନଙ୍କ ପାଇଁ ୱେଟିଂ ସ୍ପେଶ, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆରବିଆଇ । ଏହା ସହ ଦିନକରେ କେତେ ୨ ହଜାର ଟଙ୍କିଆ ନୋଟ ଜମା ଓ ବଦଳ ହେଲା ତା’ର ରିପୋର୍ଟ ଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ଏପଟେ ନୋଟ ବଦଳାଇବାକୁ ୪ ମାସ ସମୟ ଅଛି। ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

୨ହଜାର ଟଙ୍କିଆ ନୋଟ ବଜାରକୁ ଆଣିବାର ଲକ୍ଷ୍ୟ ପୂରଣ ହୋଇସାରିଛି । ବଜାରରେ ଅନ୍ୟ ନୋଟର ଅଭାବ ନାହିଁ । ବିମୁଦ୍ରିକରଣ ସମୟରେ ଯେଉଁ ସ୍ଥିତି ଉପୁଜିଥିଲା ତାର ଭରଣା ପାଇଁ ୨ ହଜାର ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା । ୨ହଜାର ନୋଟର ବ୍ୟବହାର ମଧ୍ୟ ୬ଲକ୍ଷ ୭୩ହଜାର କୋଟିରୁ ହ୍ରାସ ପାଇ ୩ଲକ୍ଷ ୬୨ ହଜାରକୁ ହ୍ରାସ ପାଇଛି । ନୋଟର ପ୍ରିଣ୍ଟିଂ ମଧ୍ୟ ବନ୍ଦ ହୋଇସାରିଛି ବୋଲି କହିଛନ୍ତି ଶକ୍ତିକାନ୍ତ ଦାସ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ । ଥରକେ ୨୦ ହଜାର ଟଙ୍କାର ନୋଟ ବଦଳାଇଲେ, ସଂପୃକ୍ତ ବ୍ୟକ୍ତିଙ୍କୁ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ରିକ୍ୟୁଜିସନ ଫର୍ମ ମଧ୍ୟ ଦରକାର ନାହିଁ ବୋଲି SBI ତରଫରୁ କୁହାଯାଇଛି । ଏହା ସହିତ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ, ସେପଟେମ୍ବର ୩୦ ତାରିଖ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ ଚଳିବ, ଏହା ଅଚଳ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.