Below header

ଜନ୍ମାଷ୍ଟମୀ ଦିନ ବୃନ୍ଦାବନରେ ପୂଜକ ସମେତ ୨୨ ଲୋକଙ୍କୁ କରୋନା, ସିଲ୍‌ ହେଲା ଇସ୍‌କନ୍‌ ମନ୍ଦିର

ବୃନ୍ଦାବନ :  ଜନ୍ମାଷ୍ଟମୀ ପର୍ବର ଅବ୍ୟବହିତ ପୂର୍ବରୁ ଉତ୍ତର ପ୍ରଦେଶ ବୃନ୍ଦାବନ ସ୍ଥିତ ଇସ୍କନ୍‌ ମନ୍ଦିରକୁ ସିଲ୍‌ କରିଦିଆଯାଇଛି । ମନ୍ଦିର ପୂଜକ ସମେତ ୨୨ ଜଣ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ଧୂମ୍‌ଧାମ୍‌ରେ ପାଳନ ଚାଲିଥିବା ବେଳେ ଇସ୍କନ୍‌ ମନ୍ଦିର ସିଲ୍‌ ନେଇ ଶ୍ରଦ୍ଧାଳୁଙ୍କ ମନରେ ନିରାଶା ଭରିଯାଇଛି ।

ମନ୍ଦିର ଟ୍ରଷ୍ଟ ବୋର୍ଡ ସୂଚନା ଅନୁଯାୟୀ, ପ୍ରଥମେ ଜଣେ ବ୍ୟକ୍ତିଙ୍କୁ କରୋନା ନେଇ ଖବର ମିଳିବା ପରେ ଅନ୍ୟମାନଙ୍କ ଟେଷ୍ଟ କରାଯାଇଥିଲା । ଫଳରେ ମୋଟ୍‌ ୨୨ ଜଣଙ୍କ ରିପୋର୍ଟ ପଜେଟିଭ୍‌ ଥିବା ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.