Below header

ଇଟାଲିରେ କରୋନା ରୋଗୀଙ୍କ ସେବା କରୁ କରୁ ଥକି ପଡ଼ିଲେ ନର୍ସ! କହିଲେ, ‘ଥକ୍କାପଣ ଯୋଗୁ ମୋତେ ପଶ୍ଚାତାପ ଲାଗୁଛି’

ଇଟାଲିର ଲାମ୍ବୋର୍ଡି ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ କାମ କରି କରି ଥକି ଯାଇଥିବା ଜଣେ ନର୍ସଙ୍କ ଭିଡିଓ ଏବେ ଭାଇରାଲ ହୋଇଯାଇଛି। ତାଙ୍କ ନାଁ ଏଲିନ ପେଗ୍ଲିୟାରିନୀ। ସେ କହିଥିଲେ, ‘ମୁଁ ନିଜ ଦୁର୍ବଳପଣ ଉପରେ ଲଜ୍ଜା ଅନୁଭବ କରୁଛି… କିନ୍ତୁ ମୁଁ ଏହି କଥାରେ ଖୁସି ଯେ ମୋତେ ଲୋକଙ୍କଠାରୁ ପଜିଟିଭି ମେସେଜ୍‌ ମିଳିଛି, ଯେଉଁମାନେ ମୋ ପ୍ରତି ସହାନୁଭୂତି ଦେଖାଇଛନ୍ତି’।

ଗତ କିଛିମାସ ହେବ ଇଟାଲିରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ସପ୍ତାହକ ୭ ଦିନ ୨୪ ଘଣ୍ଟା କାମ କରୁଛନ୍ତି। ଅନେକ ଚିନ୍ତା ଏବଂ ଥକ୍କାପଣ ଭିତରେ ବି ସେମାନେ ସେବା ଯୋଗାଇ ଚାଲିଛନ୍ତି। ପେଗ୍ଲିୟାରିନୀ କହିଥିଲେ କି, ମୁଁ ବାସ୍ତବରେ ଶାରୀରିକ ରୂପେ ଥକିଯାଏ ନାହିଁ। ୨୪ ଘଣ୍ଟା ଲଗାତାର କାମ କରିପାରିବି, କିନ୍ତୁ ମୁଁ ଏହା ଲୁଚାଇବିନି ଯେ ଏବେ ମୁଁ ଥକିଯାଇଛି ଏବଂ ଚିନ୍ତିତ ଅଛି। କାରଣ, ମୁଁ ଏକ ଶତ୍ରୁ ସହ ଲଢ଼ୁଛୁ, ଯାହାକୁ ମୁଁ ଜାଣିନାହିଁ’।

ଲାମ୍ବୋର୍ଡିର ଆଉ ଏକ ସହର ‘ବରଗାମେ’ ହସ୍ପିଟାଲରେ କାଯ୍ୟର୍ରତ ଅନ୍ୟ ଜଣେ ନର୍ସ ଡେନିଆଲ୍‌ ମେକଶିନୀ ମଧ୍ୟ ଫେସ୍‌ବୁକରେ ଏକ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ମୁଁ ନିଜ ପୁଅ ଓ ପରିବାରକୁ ଗତ ଦୁଇ ସପ୍ତାହ ହେବ ଦେଖିପାରିନି। ମୋତେ ଡର ଅଛି କି, ସେମାନେ କରୋନା ସଂକ୍ରମଣରେ ଯେପରି ନ ଆସିଯାଆନ୍ତୁ। ମୋ ପାଖରେ ପୁଅର କିଛି ଫଟୋ ଓ ଭିଡିଓ ଅଛି, ଯାହାକୁ ଦେଖି ମୋ ଆଖି ଛଳଛଳ ହୋଇଯାଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.