Below header

ସବୁଠି କରୋନା ଭୟ : ହାତ ଧୋଇବା ଟେକନିକ ଭିନ୍ନ ଉପାୟରେ ଛାତ୍ର ମାନଙ୍କୁ ବୁଝାଇଲେ ଶିକ୍ଷୟିତ୍ରୀ

ବିଶ୍ୱ ବ୍ୟାପି କରୋନା ବିଶାଣୁ ନିଜ କାୟା ବିସ୍ତାର କରିସାରିଲେଣି । ଏଭିତରେ ୫୪୦୦ ରୁ ଉର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ବି ହୋଇସାରିଲାଣି । କିନ୍ତୁ ସବୁଠୁ ଭୟଙ୍କର କଥା ହେଉଛି ଏହି ରୋଗର ପ୍ରକୃତ ଚିକିତ୍ସା ଏଯାବତ ବାହାରି ପାରିନାହିଁ । ଏନେଇ ବିଶେଷଜ୍ଞ ମାନେ ବି ସଫାସୁତରା ନେଇ ବିଶେଷ ଭାବେ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି । ହାତ ମାଧ୍ୟମରେ ସଂକ୍ରମଣ ଅଧିକ ବ୍ୟାପୁ ଥିବାରୁ ବିଶେଷ ଭାବେ ଏସମୟରେ ହାତ ସଫା ସୁତରା ନେଇ ବିଶେଷ ଧ୍ୟାନ ଦେବା ଉଚିତ । ବିଦେଶର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କର ଛାତ୍ର ମାନଙ୍କୁ ସାବୁନରେ ହାତଧୁଆ ଶିଖାଇବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

hand wash

ପିଲାଙ୍କୁ ବୁଖାଇବା ପାଇଁ ଶିକ୍ଷିକା ଜଣଙ୍କ ଏକ ଅନନ୍ୟ ଉଦାହରଣ ଦେଇ ବୁଝାଇଛନ୍ତି । ଏହି ଭିଡିଓ ଟିକୁ ଟ୍ୱିଟର ୟୁଜର ଲି ଟ୍ରାଟ ନିଜ ଆକାଉଣ୍ଟରେ ସେୟାର କରିବା ସହ ସାବୁନରେ ହାତ ଧୋଇବାର ମହତ୍ୱ ବିଷୟରେ ବୁଝାଇଛନ୍ତି । ପ୍ରକୃତରେ ଶିକ୍ଷିକା ଜଣକ ୪୯ ସେକେଣ୍ଡର ଏହି ଭିଡି଼ଓ ଟିରେ ପାଣିରେ କିଛି ଗୋଲମରିଚ ଗୁଣ୍ଡ ଗୋଳାଇ ତାକୁ କରୋନା ଭାଇରସ ବୋଲି କହିଛନ୍ତି । ସେଥିରେ ଆଙ୍ଗୁଠି ଭର୍ତ୍ତି କରି ପୁଣି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର ମାନେ ନିଜ ନିଜ ହାତ ସେହି ପାଣିରେ ବୁଡ଼ାଇବା କ୍ଷଣି ଗୋଲ ମରିଚ ଗୁଣ୍ଡ ଗୁଡିକ ସେମାନଙ୍କ ହାତରେ ଲାଗିଯାଉଛି । ଏହି ଉଦାହରଣ ମାଧ୍ୟମରେ ହିଁ ଶିକ୍ଷୟିତ୍ରୀ ଜଣଙ୍କ ଭାଇରସ କେମିତି ଶରୀର ଭିତରକୁ ପ୍ରବେଶ କରେ ସେବିଷୟରେ ବୁଝାଇଛନ୍ତି । ପୁଣି ଥରେ ଶିକ୍ଷୟିତ୍ରୀ ଜଣକ ସାବୁନ ପାଣିରେ ହାତ ପୂରାଇ ନିଜ ହାତ ସଫା କରିବାକୁ କହୁଛନ୍ତି ।

hand wash

ହାତ ସଫା କରିବା ପରେ ହିଁ ସେମାନଙ୍କ ହାତରୁ ଗୋଲମରିଚ ଗୁଣ୍ଡ ସଫା ହେଇଯାଉଛି । ଶିକ୍ଷୟିତ୍ରୀ ଜଣଙ୍କ ଦେଇଥିବା ଏପରି ଉଦାହରଣରେ ସ୍କୁଲର ଛୋଟ ଛୋଟ ପିଲା ମାନେ ଖୁବ ଉତ୍ସାହ ସହ ଦେଖୁଥିବା ନଜର ଆସିଛନ୍ତି । ପରେ ଶିକ୍ଷୟିତ୍ରୀ ଜଣଙ୍କ ବୁଝାଇଛନ୍ତିକି ସାବୁନରେ ହାତ ଧୋଇବା ଦ୍ୱାରା କେମିତି ଭାଇରସ ଦୂର ହୋଇଥାଏ । ମଜା ମଜାରେ ଶିକ୍ଷୟତ୍ରୀ ଜଣଙ୍କ ଶିକ୍ଷକ ଜଣଙ୍କ ଛାତ୍ର ମାନଙ୍କୁ ସୁ ଶିକ୍ଷା ଦେଇଥିବା ଜଣାଯାଇଛି । କହି ରଖିବା ଉଚିତକି, ଏଯାବତ ବିଶ୍ୱର ୧୨୨ ଦେଶରେ କରୋନା ଭାଇରସ ବ୍ୟାପି ଗଲାଣି । ଏଭିତରେ ପୃଥିବୀ ବ୍ୟାପି ୧.୪୩ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.