Below header

ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଭୟଙ୍କର କୋବ୍ରା ସହିତ ଲଢ଼ିଲା ମା, ଦେଖନ୍ତୁ ଭିଡିଓ

ଜଣେ ମା ନିଜ ପିଲାପାଇଁ କିଛି ବି କରିପାରେ ତାକୁ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ଦେଇପାରେ । ସେଥିପାଇଁ ମା ଠାରୁ ସାହସୀ ଏହି ଦୁନିଆରେ ଆଉ କେହି ନାହାନ୍ତି ବୋଲି କୁହାଯାଏ । ନିଜ ପିଲାକୁ ସୁରକ୍ଷା ଦେବାପାଇଁ ଏକ ଭୟଙ୍କର ବିଷାକ୍ତ ସାପ ସହ ଲଢେଇ କରୁଛି ଏକ ଗୁଣ୍ଡୁଚିମୁଷା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଥିଲେ । ୩୯ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଣ୍ଡୁଚିମୁଷାଟି କୋବ୍ରାର ଆକ୍ରମଣରୁ ବଞ୍ଚିବାକୁ ଚେଷ୍ଟା କରୁଛି ।


ଏହି ଭିଡିଓରେ ଗୁଣ୍ଡୁଚୀମୂଷାଟି ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ କୋବ୍ରା ସହ ଲଢେଇ କରୁଛି । ସୁଶାନ୍ତ ଏହି ଭିଡିଓ ସେୟାର କରିବା ସହ ଲେଖିଥିଲେ ‘ମା’ର ପ୍ରେମ ଅସୀମିତ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହା ସେପରି ରହିଥାଏ । ନିଜ ପିଲାମାନଙ୍କୁ ସୁରକ୍ଷା ଦେବାପାଇଁ ସେ ଏକ କୋବ୍ରା ସହିତ ଲଢେଇରେ ଏକ ମା’ର ସାହସକୁ ବୁଝାଇବାକୁ ଚେଷ୍ଟା କରୁଛି’ ।

ଭିଡ଼ିଓଟିର ଆରମ୍ଭ ଗୁଣ୍ଡୁଚିମୁଷାଠାରୁ ହୋଇଛି । ସେ କୋବ୍ରାଟିକୁ ସେଠାରୁ ଘଉଡାଇବା ପାଇଁ ଚେଷ୍ଟା କରୁଛି । କୋବ୍ରାଟି ପଳେଇ ଯାଇ ପୁଣି ଫେରିଆସୁଛି ଏବଂ ଗୁଣ୍ଡୁଚିମୁଷା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଗୁଣ୍ଡୁଚିଟି ଆକ୍ରମଣରୁ ରକ୍ଷା ପାଇବା ପାଇଁ ନିଜ ଲାଞ୍ଜର ବ୍ୟବହାର କରୁଛି । ତେବେ ଏହି ଭିଡିଓଟି ଲୋକମାନନ୍କୁ ବହୁତ ପସନ୍ଦ ଆସିଛି । ନିଜ ପିଲାପାଇଁ ଗୁଣ୍ଡୁଚିଟି କୋବ୍ରା ସହିତ ଲଢ଼ି ଏକ ମା’ର ସାହସ ଦେଖାଇଛି ବୋଲି ଲୋକେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.