ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ୍‌ ଜାରି: ବ୍ରେକିଂ ନ୍ୟୁଜ୍‌ର ବେଳ ନୁହେଁ ବ୍ରେକିଂ ନେସନର ବେଳ ବୋଲି କହିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର

ଭୁବନେଶ୍ବର: ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ୍‌। ବ୍ରେକିଂ ନ୍ୟୁଜ୍‌ର ବେଳ ନୁହେଁ ବ୍ରେକିଂ ନେସନର ବେଳ ବୋଲି କହିଛନ୍ତି COVID-19ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସମାଜ ବ୍ରେକ୍‌ ହୋଇଯିବାର ଆଶଙ୍କା ରହିଛି। କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥାକୁ ଅସ୍ତବ୍ୟସ୍ତ କରନ୍ତୁନି ବୋଲି ବାଗ୍‌ଚୀ କହିଛନ୍ତି। ପରିସ୍ଥିତି ମୁକାବିଲା ପାଇଁ ହସ୍ପିଟାଲ କର୍ମଚାରୀ ସଜାଗ ରହିଛନ୍ତି।

coronaଡାକ୍ତରଙ୍କ କାର୍ଯ୍ୟରେ ବାଧା ଦେଲେ ବିପଦ ସୃଷ୍ଟି ହେବ। ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ନିଅନ୍ତୁନି। ପ୍ରତିକ୍ରିୟା ନେଲେ ସେମାନେ ବିପଦରେ ପଡିବେ ବୋଲି ବାଗ୍‌ଚୀ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧି ନିଜ ଓ ପରିବାର କଥା ଭାବନ୍ତୁ। ନିଜକୁ ବିପଦସଙ୍କୁଳ ଅବସ୍ଥାକୁ ନେଇଯାଆନ୍ତୁ ନାହିଁ। ଚିକିତ୍ସା ବ୍ୟବସ୍ଥାକୁ ଅଚଳ କରିବାକୁ ଆଗେଇ ଆସନ୍ତୁନି ଦାୟିତ୍ୱ ସମ୍ପନ୍ନ ଭାବେ କାମ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.