Below header

ବଲିଉଡ ଇଣ୍ଡଷ୍ଟ୍ରୀରେ କରୋନା ମାଡ଼, ୮୦୦ କୋଟି ଟଙ୍କାର କ୍ଷତି ସହୁଛି ବଲିଉଡ

କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱରେ । ଚାରିଆଡେ ଏହି ଭାଇରସକୁ ନେଇ ଏକ ପ୍ରକାର ହାହାକାର। ଏହି ଭାଇରସ ଯୋଗୁଁ ଶିଳ୍ପ ଇଣ୍ଡଷ୍ଟ୍ରୀ, ଟେକ୍‌ ଇଣ୍ଡଷ୍ଟ୍ରୀ, ବଲିଉଡ ଜଗତ, କ୍ରୀଡା ଜଗତ ଚାରିଆଡେ ପ୍ରଭାବ ପକାଇଛି। କରୋନା ଯୋଗୁଁ ପ୍ରାୟତ ସବୁ ଶିଳ୍ପ କୋଟି କୋଟି ଟଙ୍କାର କ୍ଷତି ସହୁଛି। ଏହାର ସିଧାସଳଖ ପ୍ରଭାବ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀ ଉପରେ ପଡିଛି। ଯେଉଁଥିପାଇଁ ବଲିଉଡକୁ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ।

kk

ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ୩୫୦୦ ସିନେମା ହଲ କରୋନା ଭାଇରସ ଯୋଗୁଁ ବନ୍ଦ କରିଦିଆଯାଇଛି। ମୁମ୍ବାଇ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ବିହାର ଏବଂ ପଞ୍ଜାବ, ଓଡିଶାରେ ଏଭଳି ସ୍ଥିତି ଦେଖାଦେଇଛି। ସିନେମାହଲ ବନ୍ଦ ଯୋଗୁଁ ଟାଇଗର ଶ୍ରଫଙ୍କୁ ଅଭିନୀତ ଫିଲ୍ମ ‘ବାଗୀ ୩’ ଏବଂ ଇରଫାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ଆୟ ଉପରେ ପ୍ରଭାବ ପଡିଛି।

ଫିଲ୍ମ ‘ବାଗୀ ୩’ ୨୫-୩୦ କୋଟି ଟଙ୍କା କ୍ଷତି ହୋଇଛି। ଫିଲ୍ମ ରିଲିଜ ସବୁ ବନ୍ଦ ହେବା ପରେ ହିନ୍ଦୀ ଇଣ୍ଡଷ୍ଟ୍ରୀରେ ୮୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏପର୍ଯ୍ୟନ୍ତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ଫିଲ୍ମର ସୁଟିଂ ମଧ୍ୟ ବନ୍ଦ କରିଦିଆଯାଇଛି। ଏହି ତାଲିକାରେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ବନ୍ଦ ହୋଇଥିବା ବେଳେ ସୂର୍ଯ୍ୟବଂଶୀ, ‘୮୩’ ରିଲିଜ ତାରିଖକୁ ଘୁଞ୍ଚାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.