ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ରବିବାର ଗୋଟିଏ ଦିନରେ ୩୬୮ ଲୋକଙ୍କ ପ୍ରାଣ ଯାଇଛି

ଇଟାଲୀ: ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରବିବାର ଗୋଟିଏ ଦିନରେ ଇଟାଲୀରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଇଟାଲୀରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୧୮୦୯ ହୋଇଛି । ୨୪ ହଜାର ୭ ଶହ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ପରେ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ । ଇଟାଲୀ ପରେ ଇରାନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୨୪ ହୋଇଛି । ପାଖାପାଖି ୧୪ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ୧ ଲକ୍ଷ ୬୯ ହଜାରରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୧୫୩ଟି ରାଷ୍ଟ୍ରରେ ଏହି ଘାତକ ଭାଇରସ୍‌ ନିଜର କାୟା ବିସ୍ତାର କରି ସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.