Below header

ନିଜ ପିଲାମାନଙ୍କୁ ପାଣିରେ ପହଁରା ଶିଖାଉଥିଲା ସିଂହି, ହଠାତ ବୁଡିଗଲା ଜଣେ ପିଲା ଆଉ ତାପରେ.. ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ଏକ ସିଂହ ଏବଂ ତାର ଶାବକଙ୍କର ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ଚେହେରାରେ ମଧ୍ୟ ଖୁସି ଆସିଯିବ । ୨୪ ସେକେଣ୍ଡର ଏହି ଭିଡିଓକୁ ସେୟାର କରିଥିଲେ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାଶବାନ ଯାହାକୁ ଲୋକମାନେ ଏବେ ବହୁତ ପସନ୍ଦ କରୁଛନ୍ତି ।

ଏହି ଭିଡିଓରେ ସିଂହ ଛୁଆଗୁଡିକ ମା ସହିତ ନଦୀ ପହଁରୁଥିବା ଦେଖିବାକୁ ମିଳିଛି । ଏଥିରେ ସିଂହିଟି ତା ଛୁଆଙ୍କୁ ନଦୀ ପହଁରା ଶିଖାଉଛି । ଜଣେ ଜଣେ କରି ପିଲାମାନେ ନଦୀ ପାର କରୁଥିବା ଦେଖିବାକୁ ମିଳିଛି । ତେବେ ଗୋଟିଏ ପିଲା ଏହି ନଦୀରେ ଟିକେ ବୁଡ଼ିଯାଉଥିବା ଦେଖିବାକୁ ମିଳିଛି ଏବଂ ପୁଣିଥରେ ସେ ଉଠି ଡେଇଁ ଡେଇଁ ଦୌଡ଼ି ପଳାଇ ଯାଉଛି ।

ପ୍ରବୀଣ ଏହି ଭିଡିଓକୁ ସେୟାର କରିବା ସହିତ ଲେଖିଛନ୍ତି ‘ଯେତେବେଳେ ଜଣେ ସିଂହି ନିଜର ପିଲାମାନଙ୍କୁ ନଦୀ ପହଁରା ଶିଖାଇଥାଏ । ପିଲାମାନେ ମଧ୍ୟ ଧୀରେ ଧୀରେ ଏହାକୁ ଶିଖୁଛନ୍ତି । ଏହି ଭିଡିଓକୁ ତାଙ୍କର ଜଣେ ବନ୍ଧୁ ପଠାଇଥିଲେ ବୋଲି ସେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.