Below header

ଭୋପାଳ ସେଣ୍ଟ୍ରାଲ ଜେଲ୍‌ରେ ଦୁଇ ଦିନରେ କଏଦୀ ତିଆରି କଲେ ୨୦୦୦ ମାସ୍କ, ଡିମାଣ୍ଡ ଆସିଲେ ଆହୁରି ବୁଣାଯିବ

କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ଭୋପାଳ ସେଣ୍ଟ୍ରାଲ ଜେଲ୍‌ରେ କଏଦୀମାନେ ସୂତା କପଡ଼ାରେ ମାସ୍କ ତିଆରି କରୁଛନ୍ତି। ଦୁଇ ଦିନ ଭିତରେ ଏଠାରେ ୨୦୦୦ଟି ମାସ୍କ ତିଆରି କରାଯାଇଛି। ଜେଲ କତ୍ତୃପକ୍ଷଙ୍କ କହିବା ମୁତାବକ, ସେଥିମଧ୍ୟରୁ କିଛି ମାସ୍କ କଏଦୀଙ୍କୁ ବଣ୍ଟାଯିବ। ବାହାରୁ ଡିମାଣ୍ଡ ଆସିଲେ ଆହୁରି ମାସ୍କ ତିଆରି କରାଯିବ।

j

ଜେଲ୍‌କୁ ଆସୁଥିବା ନୂଆ ବନ୍ଦୀମାନଙ୍କୁ ରଖିବା ପାଇଁ ଅଲଗା ଓ୍ଵାର୍ଡ ତିଆରି କରାଯାଇଛି। ଏଠାରେ ପାରୋଲରୁ ଫେରୁଥିବା କଏଦୀ, କୋର୍ଟଙ୍କ ଦ୍ୱାରା ଦଣ୍ଡିତ କଏଦୀ ଏବଂ ବିଚାରାଧୀନ କଏଦୀମାନଙ୍କୁ ରଖାଯିବ। ଏମାନଙ୍କୁ ୧ ସପ୍ତାହ ପଯ୍ୟର୍ନ୍ତ ଏହି ସ୍ପେଶାଲ ଓ୍ଵାର୍ଡରେ ଅବ୍‌ଜରଭେଶନରେ ରଖାଯିବା ପରେ ଅନ୍ୟ ଓ୍ଵାର୍ଡକୁ ଶିପ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.