ମାଲକାନଗିରି ସୀମାନ୍ତକୁ ସିଲ୍‌ କଲା ଜିଲ୍ଲା ପ୍ରଶାସନ, କରୋନା ସନ୍ଦିଗ୍ଧଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି: କରୋନା ଭୟରେ ସୀମାରେ ଯାଞ୍ଚ। ମାଲକାନଗିରି ସୀମାନ୍ତକୁ ସିଲ୍‌ କରିଦେଇଛି ଜିଲ୍ଲା ପ୍ରଶାସନ। ଆନ୍ଧ୍ର ଓ ଛତିଶଗଡ ସୀମାନ୍ତରେ ଯାଞ୍ଚକୁ କଡାକଡି କରାଯାଇଛି। କରୋନା ସନ୍ଦିଗ୍ଧଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋରାପୁଟ ଓ ମାଲକାନଗିରି ସୀମାନ୍ତରେ ସମସ୍ତ ଯାତ୍ରୀଙ୍କୁ ପଚରାଉଚରା କରାଯାଉଛି। ଲୋକମାନଙ୍କୁ ସେଚତନ କରାଯିବା ସହ ମାସ୍କ ପିନ୍ଧିବା ପାଇଁ ସତର୍କ କରାଯାଉଛି। ପର୍ଯ୍ୟଟକମାନଙ୍କୁ ଜିଲ୍ଲା ମଧ୍ୟରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପଡୋଶୀ ରାଜ୍ୟରୁ ମାଲକାନଗିରି ଆସୁଥିବା ସମସ୍ତ ବସ୍‌ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.