Below header

ପୁଣି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦାମ, ଜାଣନ୍ତୁ ଆଜିର ଦାମ୍‌

କରୋନା ଭାଇରସ ଯୋଗୁଁ ଅର୍ନ୍ତଜାତୀୟ ବଜାରରେ ଅଶୌଧିତ ତେଲ ମୂଲ୍ୟ କମିବାରେ ଲାଗିଛି, ଯାହା କାରଣରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଲଗାତାର ଶସ୍ତା ହେବାରେ ଲାଗିଛି। ଆଜି ଦେଶର ପ୍ରତ୍ୟେକ ମହାନଗରରେ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୧୫ ପଇସା ପ୍ରତି ଲିଟର ଶସ୍ତା ହୋଇଛି। ଅର୍ନ୍ତଜାତୀୟ ମାର୍କେଟରେ ଅଶୌଧିତ ତେଲର ମୂଲ୍ୟ ୩୩ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ ୬୯.୫୯ ଟ. ପ୍ରତି ଲିଟର ରହିଛି।

pp

ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୨.୨୯ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୭୫.୩୦ ଟଙ୍କା ଏବଂ ଡିଜେଲ ୬୫.୨୧ ଟଙ୍କା, କଲିକତାରେ ପେଟ୍ରୋଲ ୭୨.୨୯ ଟଙ୍କା ଏବଂ ଡିଜେଲ ୬୪.୬୨ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୭୨.୨୮ ଟଙ୍କା ଏବଂ ଡିଜେଲ ୬୫.୭୧ ପ୍ରତି ଲିଟର ରହିଛି। ମାର୍କେଟରେ ଅଶୌଧିତ ତୈଳ ଦର ଯେତେ କମ୍‌ ହେଉଛି, ଲୋକଙ୍କୁ ସେତିକି ଫାଇଦା ମିଳୁନାହିଁ। ମାର୍ଚ୍ଚରେ ଏପର୍ଯ୍ୟନ୍ତ ପେଟ୍ରୋଲ ୨.୧୪ ଟଙ୍କା ପ୍ରତିଲିଟର ଏବଂ ଡିଜେଲ ୨.୦୭ ଟଙ୍କା ଶସ୍ତା ହୋଇଛି।

ସୂଚନାଯୋଗ୍ୟ, ଗତକିଛି ଦିନ ତଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦ ଶୁଳ୍କ ତିନି ଟଙ୍କା ପ୍ରତି ଲିଟର ବଢାଇଥିଲେ। ଏହାଛଡା ପେଟ୍ରୋଲ ଏବଂ ଡିଜେଲରେ ଲାଗୁଥିବା ରୋଡ ସେସ୍‌ ମଧ୍ୟ ଏକ ଏକ ଟଙ୍କା ପ୍ରତି ଲିଟର ବଢି ୧୦ ଟଙ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.