Below header

Vodafone- idea କମ୍ପାନୀ ଲଞ୍ଚ କଲା ନୂଆ ପ୍ରିପେଡ଼ ପ୍ଲାନ, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ସୁବିଧା

ଟେଲିକମ କମ୍ପାନୀ ଭୋଡ଼ାଫୋନ – ଆଇଡ଼ିଆ କମ୍ପନି ବର୍ତ୍ତମାନର ପରିସ୍ଥିତିକୁ ଆଖି ଆଗରେ ରଖି ନିଜର ଦୁଇଟି ପ୍ରିପେଡ଼ ପ୍ଲାନକୁ ବଜାରରେ ଲଞ୍ଚ କରିଛନ୍ତି । ଏହି ଦୁଇ ପ୍ଲାନର ମୂଲ୍ୟ ୨୧୮ ଟଙ୍କା ଓ ୨୪୮ ଟଙ୍କା ରଖାଯାଇଛି । ଏହି ଦୁଇ ପ୍ଲାନରେ ଉପଭୋକ୍ତା ମାନଙ୍କୁ ଅନଲିମିଟେଡ଼ କଳିଙ୍ଗ ସହ ଡାଟାର ସୁବିଧା ମିଳିପାରିବ । ଏହା ବ୍ୟତୀତ ଏହି ଦୁଇ ରିଚାର୍ଜ ପ୍ଲାନ ସହ ପ୍ରିମିୟମ ଆପ୍ସକୁ ବି ମାଗଣା ସବସ୍କ୍ରିପସନ କରିପାରିବେ । କହି ରଖିବା ଉଚିତ ହେବକି ଗତ ଡିସେମ୍ବର ମାସ ତାରିଫ ପ୍ଲାନ ବଢିବା ପରେ ହିଁ କମ୍ପାନୀ ଗୁଡିକ କେତେକ ନୂଆ ପ୍ରିପେଡ଼ ପ୍ଲାନ ଗୁଡିକୁ ଲଞ୍ଚ କରିଥିଲେ । ତେବେ ଆସନ୍ତୁ ଜାଣିବା ଭୋଡାଫୋନ- ଆଇଡ଼ିଆର ଏହି ନୂଆ ପ୍ଲାନ ଗୁଡିକ ବିଷୟରେ:

ଭୋଡାଫୋନ- ଆଇଡ଼ିଆର ୨୧୮ ଟଙ୍କିଆ ପ୍ଲାନ:

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ୬ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏହା ସହ ୟୁଜର କୌଣସି ନେବଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏହାର ବୈଧତା ରହିଛି ୨୮ ଦିନ ।

vodafone

ଭୋଡାଫୋନ- ଆଇଡ଼ିଆର ୨୪୮ ଟଙ୍କିଆ ପ୍ଲାନ:

କମ୍ପାନୀ ଏହି ପ୍ଲାନରେ ୟୁଜରଙ୍କୁ ୮ ଜିବି ଡାଟା ଓ ୧୦୦ ଏସଏମଏସ ସୁବିଧା ଦେଉଛି । ଉପଭୋକ୍ତା ମାନେ କୌଣସି ନେଟୱର୍କକୁ ବି ଅନଲିମିଟେଡ଼ କଲିଙ୍ଗ କରିପାରିବେ । ଏହା ବାଦ ବ୍ୟବହାରକାରୀଙ୍କ ଭୋଡାଫୋନ ପ୍ଲେ ଓ ଜି ୫ ପ୍ରିମିୟମ ଆପ ସବସ୍କ୍ରିପସନ ସୁବିଧା ମିଳିପାରିବ । ଏହାର ବୈଧତା ୨୮ ଦିନ ପର୍ଯ୍ଯ୍ୟନ୍ତ ରହିବ ।

ଭୋଡାଫୋନ- ଆଇଡ଼ିଆର ୨୪୯ ଟଙ୍କିଆ ପ୍ଲାନ:

ଲାଟେଷ୍ଟ ପ୍ଲାନ ଅନୁଯାୟୀ ଆପଣଙ୍କୁ ଏହା ଜରିଆରେ ପ୍ରତିଦିନ ୩ ଜିବି ଡାଟା ସମେତ ଅନଲିମିଟେଡ଼ କଲ ସୁବିଧା ବି ମିଳିପାରିବ । ଏହା ବାଦ କମ୍ପାନୀ ପ୍ରିମିୟମ ଆପ୍ସ ସବସ୍କ୍ରିପସନ ସୁବିଧା ବି ମିଳିବ ଓ ୨୮ ଦିନ ପର୍ଯ୍ୟନ୍ତ ସୁବିଧା ବି ମିଳିବ ।

vodafone

ଲାଟେଷ୍ଟ ଅଫର ଅନୁଯାୟୀ ଆପଣଙ୍କୁ ଏହି ପ୍ଲାନ ଜରିଆରେ ୩ ଜିବି ଡାଟା ସମେତ ଅନଲିମିଟେଡ଼ କଲିଙ୍ଗର ସୁବିଧା ବି ଅଛି । ଏହାବାଦ ଅନ୍ୟ କମ୍ପାନୀ ପରି ପ୍ରିମିୟମ ଆପ୍ସ ସମେତ ସବସ୍କ୍ରିପସନ ସୁବିଧା ବି ଦେବ । ଯେବେକି ଏହାର ବୈଧତା ୫୬ ଦିନ ପର୍ଯ୍ୟନ୍ତ ହିଁ ରହିବ ।

ଭୋଡାଫୋନ – ଆଇଡ଼ିଆର ୫୯୯ ଟଙ୍କିଆ ପ୍ଲାନ:

କମ୍ପାନୀ ଲାଟେଷ୍ଟ ଅଫର ଅନୁଯାୟୀ ପ୍ରତିଦିନ ଏହି ପ୍ଲାନରେ ୩ ଜିବି ଡାଟା ସୁବିଧା ବି ମିଳିପାରିବ । ଏହା ବାଦ କୌଣସି ବି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ବି କରି ପାରିବେ । କିନ୍ତୁ ଏହାର ବୈଧତା ୮୪ ଦିନ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.