ପୁଣି ଫେରିଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ କୋଭିଡ୍‌ ୱାର୍ଡରୁ ଛୁ ମାରିଥିବା ବ୍ୟକ୍ତି

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ଥାନାରେ ଏତଲା। କୋଭିଡ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତି ୱାର୍ଡରୁ ଛୁ ମାରିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଥାନାରେ ଏତଲା ଦେଇଥିଲେ। ତେବେ ବର୍ତ୍ତମାନ ଜଣାପଡିଛି ଯେ ଗତକାଲି ରାତିରେ ସଂପୃକ୍ତ ବ୍ୟକ୍ତିଜଣଙ୍କ ପୁଣି ମେଡିକାଲକୁ ଫେରି ଆସିଛନ୍ତି। ତାଙ୍କ ଘର ପୁରୀ ଜିଲ୍ଲାରେ। ବ୍ୟକ୍ତି ଜଣକ ଗତ ୧୪ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ଆରଏମ୍‌ଆରସିକୁ ପଠାଯାଇଥିଲା। କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ସେ ହସ୍ପିଟାଲରୁ ପଳାଇଥିଲେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ବି ଏନ୍‌ ପୁର ଥାନାରେ ଏତଲା ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.