କରୋନା ଭାଇରସକୁ ନେଇ ପ୍ରଚାରିତ ହେଉଛି ଅନେକ ଗୁଜବ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜଣାଇଲା ସତ୍ୟ

ସମଗ୍ର ବିଶ୍ୱରେ କରୋନା ଭାଇରସ କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ୧୩୧ ଦେଶକୁ କବଳିତ କରିସାରିଲାଣି କରୋନା। ଭାରତରେ ଏପର୍ଯ୍ୟନ୍ତ ୧୨୦ଟି ମାମଲା ଦେଖିବାକୁ ମିଳିଛି। ଏହାଛଡା ଦୁଇଜଣ ମୃତ୍ୟୁବରଣ ମଧ୍ୟ କରିସାରିଲେଣି। କିନ୍ତୁ କରୋନାକୁ ନେଇ ଅନେକ ପ୍ରକାର ଗୁଜବ ପତାକୁ ଆସୁଛି। ଯାହାର ସତ୍ୟତା ବିଶ୍ୱ ସ୍ମାସ୍ଥ୍ୟ ସଂଗଠନ(WHO) ଜଣାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜଣାଇଛି କି, ଏହି ରୋଗୀ ସାମାନ୍ୟ ଉପଚାର କରିବା ପରେ ବିଲକୁଲ ଠିକ୍‌ ହୋଇଯାଏ। କେବେ କିଛି ମାମଲାରେ ରୋଗୀ ନିଶ୍ୱାସ ନେବାରେ କିଛିଟା କଷ୍ଟ ଅନୁଭବ କରିଥାଏ। କରୋନାକୁ ନେଇ ପ୍ରଚାରିତ ହେଉଥିବା ଗୁଜବରେ ମଧ୍ୟ ରୋକ୍‌ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।WHO ପକ୍ଷରୁ ଅନେକ ପ୍ରଶ୍ନର ଜବାବ ଦିଆଯାଇଛି। ଏହାକୁ ନେଇ ୧୪ଟି ତାଲିକା ନିର୍ମାଣ କରନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

corona

୧- ଗରମ କିମ୍ବା ଥଣ୍ଡା ଯୋଗୁଁ କରୋନା ହୋଇନଥାଏ, ଏହା ଏକ ଭ୍ରମ। କରୋନା ଭାଇରସ କୌଣସି କ୍ଷେତ୍ରରେ ମଧ୍ୟ ସଂକ୍ରମିତ ହୋଇପାରେ। ଗରମ କିମ୍ବା ଥଣ୍ଡା ସହିତ ଏହାର କୌଣସି ସମ୍ପର୍କ ନାହିଁ।

୨- ଥଣ୍ଡା ପାଗ କିମ୍ବା ବରଫ କରୋନା ଭାଇରସକୁ ସମାପ୍ତ କରିପାରେ ନାହିଁ।

୩-ବାହ୍ୟ ତାପମାତ୍ରା ଯେତେ ହେଉନା କାହିଁକି ମଣିଷ ଶରୀରର ତାପମାତ୍ରା ୩୬.୫ ରୁ ୩୭ ଡିଗ୍ରୀ ମଧ୍ୟରେ ରହିଥାଏ।

Dog Licking Boy's Face

୪- ଗରମ ପାଣିରେ ଗାଧାନ୍ତୁ କିମ୍ବା ଥଣ୍ଡା ପାଣିରେ। କରୋନା ଉପରେ ଏହା କୌଣସି ପ୍ରଭାବ ପକାଏ ନାହିଁ।

୫- କରୋନା ଭାଇରସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ବୋଲି ଗୁଜବ ରହିଛି। କରୋନା ଏକ ରେସପେରିଟାରୀ ଭାଇରସ, ଯାହା କୌଣସି ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଝିଙ୍କିବା ସଂପର୍କରେ ଆସିଲେ ହୋଇଥାଏ।

୬- ହ୍ୟାଣ୍ଡ ଡ୍ରାୟର କରୋନା ଉପରେ କୌଣସି ପାର୍ଥକ୍ୟ ପକାଏ ନାହିଁ।

୭- କରୋନାକୁ ମାରିବା ପାଇଁ ଅଲଟ୍ରାଭାଓଲେଟ୍‌ ଡିସ୍‌ଇମ୍ଫକ୍ଟେଡ ଲ୍ୟାମ୍ପର କୌଣସି ଆବ୍ୟାକତା ନାହିଁ।

22

୮- କରୋନ ଭାଇରସ ଟେଷ୍ଟ ପାଇଁ ପ୍ରତ୍ୟେକ ସ୍ଥାନରେ ଥର୍ମାଲ ସ୍କାନରର ବ୍ୟବହାର କରାଯାଉଛି। କିନ୍ତୁ ଥର୍ମାଲ ସ୍କାନର ଶରୀରର ତାପମାତ୍ରାରୁ କେବଳ ଜ୍ୱର ବିଷୟରେ ହିଁ ଜଣାଇଥାଏ। କରୋନା ସଂକ୍ରମିତକୁ ଜ୍ୱର ଆସିବାରେ ୨ରୁ ୧୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ।

୯- କରୋନା ଯଦି କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ, ତେବେ ଶରୀରରେ ଆଲକହଲ କିମ୍ବା କ୍ଲୋରିନ ସ୍ପ୍ରେ କରିବା ଦ୍ୱାରା ଏହି ଭାଇରସ ମରେନାହିଁ। ଏହା କେବଳ ଶରୀରକୁ କ୍ଷତି ପହଞ୍ଚାଇଥାଏ।

Photograph of a finger pumping sanitizer onto hand

୧୦- ପୋଷା ଜୀବଜନ୍ତୁଙ୍କ ଠାରୁ କରୋନା ଭାଇରସ ସଂକ୍ରମିତ ହୋଇଥାଏ ବୋଲି ଅନେକ ମାମଲା ସାମ୍ନାକୁ ଆସିଛି। କିନ୍ତୁ କୌଣସ ପାଳିତ ଜୀବଜନ୍ତୁଙ୍କ ସଂପର୍କରେ ଆସିବା ପରେ ହାତ ସାବୁନରେ ଧୋଇଲେ କିଛି ସଂକ୍ରମଣ ହୋଇନଥାଏ।

୧୧- ନିମୋନିଆ ଟୀକା କରୋନା ଭାଇରସ ପାଇଁ ଲାଭଦାୟକ ହୋଇଥାଏ ବୋଲି ଗୁଜବ ରହିଛି। କିନ୍ତୁ କରୋନା ପାଇଁ କୌଣସି ପ୍ରତିଷେଧକ ଟୀକା ଏପର୍ଯ୍ୟନ୍ତ ବାହାରିନାହିଁ।

୧୨- ସାଲାଇନରେ ନାକ ସଫା କରିବା ଦ୍ୱାରା କରୋନାରୁ ରକ୍ଷା ପାଇପାରିବେ ବୋଲି ଗୁଜବ ରହିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ସାଲାଇନରେ ଲଗାତାର ନାକ ସଫା କରିବା ଦ୍ୱାରା ଥଣ୍ଡା ଜଲଦି ଭଲ ହୋଇଯାଏ।

୧୩- ରସୁଣ ଶରୀର ପାଇଁ ଲାଭକାରୀ। କିନ୍ତୁ ରସୁଣ ଖାଇଲେ କରୋନା ଭାଇରସରୁ ରକ୍ଷା ପାଇପାରିବେ ଏହା ମିଥ୍ୟା।

୧୪- ଏପର୍ଯ୍ୟନ୍ତ କରୋନା ଭାଇରସ ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। କେବଳ ଠିକ୍‌ ସୂଚନା ଏବଂ ସଚେତନ ହୋଇପାରିଲେ ଏହି ଭାଇରସରୁ ରକ୍ଷା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.