କରୋନା ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର: ପ୍ରଶାସନ ପକ୍ଷରୁ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି, ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଗଞ୍ଜାମ/ଯାଜପୁର ଟାଉନ: କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଯାଜପୁର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରୁ ପୂରା ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଭିଡ ସ୍ଥିତିକୁ ଦୂର କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

jajpur ଅନ୍ୟପଟେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀଙ୍କୁ ସଚେତନ କରାଯାଇ ସେମାନଙ୍କୁ ହାତ ଧୋଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଏହାସହିତ ଯାଜପୁରର ମହା ବରୁଣୀ କୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ବିରଜା ମନ୍ଦିରକୁ ରାଜ୍ୟ ବାହାରୁ ଆସୁଥିବା ଟୁରିଷ୍ଟ ଗାଡିକୁ ସହର ଭିତରକୁ ପ୍ରବେଶ ଉପରେ କଟକଣା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.