Below header

ରାଜସ୍ଥାନ ସରକାର ଓ ବିପକ୍ଷ ଦଳ ଉପରେ ମୋଦିଙ୍କ ମାଡ଼- “ଲାଲ ଡାଏରୀ ରାଜ ଖୋଲିଲେ ବଡ ବଡ଼ ନେତା ବି ଖସି ପଡିବେ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ସିକର ଗସ୍ତରେ ଯାଇ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ସରକାର ଓ ବିପକ୍ଷ ମେଣ୍ଟ ଦଳ (ଇଣ୍ଡିଆ) କୁ କଡ଼ା ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ସିକର ଗସ୍ତରେ ଯାଇ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ସରକାର ଓ ବିପକ୍ଷ ମେଣ୍ଟ ଦଳ (ଇଣ୍ଡିଆ) କୁ କଡ଼ା ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ସିମି ସଂଗଠନର ନାମ ମଧ୍ୟ ଇଣ୍ଡିଆ ସହ ଜଡିତ ଥିଲା, ଏବେ ସେମାନେ ନାମ ବଦଳାଇ ପିଏଫ୍‌ଏ (ପିପୁଲସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ରଖିଛନ୍ତି । ବପକ୍ଷ ଦଳ ମେଣ୍ଟ ନାମ ଏଥିପାଇଁ ବଦଳାଇଛନ୍ତି କି ନିଜର କଳା କାରନାମା ଲୁଚାଇ ପାରିବେ । କଂଗ୍ରେସ ଅର୍ଥ ଲୁଟ କା ବଜାର ।

ଲୋକତନ୍ତ୍ରରେ ପ୍ରତ୍ୟେକ ସରକାରକୁ କାମର ହିସାବ ଦେବାକୁ ପଡିଥାଏ । ହେଲେ କଂଗ୍ରେସ କ’ଣ ନିଜ କାମର ହିସାବ ଦେଉଛି । ସେମାନେ ମୂଲ୍ୟବାନ ସମୟ ନିଜ ଗୋଡ ଟଣାଟଣିରେ ନଷ୍ଟ କଲେ ବୋଲି ପ୍ରଧାନମନ୍ତ୍ରୀ ଏଠାରେ ଏକ ସଭାରେ ଯୋଗ ଦେଇ ପ୍ରକାଶ କରିଛନ୍ତି ।

ରାଜସ୍ଥାନରେ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି । ନିଶା କାରବାର ବଢ଼ୁଛି । ଆମର ମା’-ଝିଅଙ୍କ ଉପରେ ଅତ୍ୟାଚାର ହେଉଛି । ସ୍ୱାମୀ ଆଗରେ ପତ୍ନୀଙ୍କୁ ଗଣ ଧର୍ଷଣ ହେଉଛି । ପୋଲିସ ଏଫଆଇଆର ନେଉନି । ଓଲଟା ଘଟଣାକୁ ମିଛ ବୋଲି କହୁଛି । ଏମିତି କହି ବିରୋଧୀ ଦଳକୁ ସମାଲୋଚନା କରିଥିଲେ ମୋଦି ।

ଯଦି କେହି କମ୍ପାନୀ ବଦନାମ ହୋଇଯାଏ ତ କମ୍ପାନୀ ନାମ ବଦଳାଇ ନୂଆ ନାମ କରିଥାନ୍ତି । ଠିକ ସେହିପରି କଂଗ୍ରେସ କରୁଛି । ଠିକ୍‌ ସେହିପରି କଂଗ୍ରେସ ସମୟରେ ଷ୍ଟୁଡେଣ୍ଟ ଇସଲାମିକ ଇଣ୍ଡିଆ ତିଆରି ହୋଇଥିଲା, ଯାହା ଏବେ ପୁଣି ବଦଳି ଯାଇଛି ।

ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଇଣ୍ଡିଆ ନାମ ପ୍ରୟୋଗ କରିଥିଲା । ଇଣ୍ଡିଆନ ମୁଜାହିଦ୍ଦିନ ମଧ୍ୟ ଇଣ୍ଡିଆ ନାମ ରଖିଥିଲା । ହେଲେ ଇଣ୍ଡିଆକୁ ବରବାଦ କରିବା ମିଶନ ଥିଲା ବୋଲି କହି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.