ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ସହିତ ଦିନିକିଆ ସିରିଜ ଖେଳିବ ଭାରତ, ସାମ୍ନାକୁ ଆସିଲା ସୂଚୀ

ବିଶ୍ୱକପ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ସହିତ ଦିନିକିଆ ମ୍ୟାଚ୍‌ ଖେଳିବ ଭାରତ । ପ୍ରଥମ ଦିନିକିଆ ମୋହାଲି, ଦ୍ୱିତୀୟ ଇନ୍ଦୋର ଏବଂ ତୃତୀୟ ଦିନିକିଆ ରାଜକୋଟରେ ଖେଳାଯିବ । ସେପ୍ଟେମ୍ବର ୨୨ରେ ହେବ ପ୍ରଥମ ମ୍ୟାଚ୍‌ ।

ବିଶ୍ୱକପ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ସହିତ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଖେଳସୂଚୀ ଜାରି କରିଛି ବିସିସିଆଇ । ସେପ୍ଟେମ୍ବରରେ ଖେଳାଯିବ ମ୍ୟାଚ୍‌ । ପ୍ରଥମ ଦିନିକିଆ ୨୨ ସେପ୍ଟେମ୍ବର ମୋହାଲିରେ, ଦ୍ୱିତୀୟ ଦିନିକିଆ ୨୪ ସେପ୍ଟେମ୍ବର ଇନ୍ଦୋର ଏବଂ ତୃତୀୟ ଦିନିକିଆ ୨୭ ସେପ୍ଟେମ୍ବରରେ ରାଜକୋଟରେ ଖେଳାଯିବ । ତେବେ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ସହିତ ଦିନିକିଆ ଖେଳିବା ଭାରତକୁ ଫାଇଦା ଦେଇପାରେ ।

ବିଶ୍ୱକପ ସରିବା ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ଟି-୨୦ ସିରିଜ ଖେଳାଯିବ । ଟି ୨୦ ସିରିଜ ଆରମ୍ଭ ୨୩ ନଭେମ୍ବରରୁ ହେବ । ଅଷ୍ଟ୍ରେଲିଆ ସହିତ ଖେଳିବା ପରେ ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏହାର ପ୍ରଥମ ମ୍ୟାଚ ୧୧ ଜାନୁଆରୀରେ ଆରମ୍ଭ ହେବ । ଆଫଗାନିସ୍ତାନ ବିପକ୍ଷରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ ଭାରତ ।

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ :

୨୨ ସେପ୍ଟେମ୍ବର : ମୋହାଲି (ସମୟ ୧.୩୦ ମିନିଟ)
୨୪ ସେପ୍ଟେମ୍ବର : ଇନ୍ଦୋର(ସମୟ ୧.୩୦ ମିନିଟ)
୨୭ ସେପ୍ଟେମ୍ବର : ରାଜକୋଟ୍‌(ସମୟ ୧.୩୦ ମିନିଟ)

ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।

ବିଶ୍ବକପ ୨୦୨୩ରେ ଟିମ୍‌ ଇଣ୍ଡିଆର ସୂଚୀ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)

୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)

୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)

୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)

୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)

୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)

୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)

୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)

୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍‌ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.