ଓଡ଼ିଶାରେ ପଶି ଦାଦାଗିରି କରିଥିବା ଅନ୍ଧ୍ର ମନ୍ତ୍ରୀଙ୍କୁ ପାରଳାଖେମୁଣ୍ଡିରେ ସମ୍ବର୍ଦ୍ଧନା: ବିରୋଧ କଲେ କଂଗ୍ରେସ ଓ ବିଜେପି

ଗତକାଲି ଅପରାହ୍‌ଣରେ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍‌ ଅଧ୍ୟକ୍ଷଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କଂଗ୍ରେସ ଓ ବିଜେପି ଉଭୟ ଏହାର ପ୍ରତିବାଦ କରିଛିନ୍ତି । ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡିରେ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ନେଇ ବିବାଦ ଓ ପ୍ରତିବାଦ । ଯାହାକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ତାତି ବଢିବାରେ ଲାଗିଛି । ଗତକାଲି ଅପରାହ୍‌ଣରେ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍‌ ଅଧ୍ୟକ୍ଷଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କଂଗ୍ରେସ ଓ ବିଜେପି ଉଭୟ ଏହାର ପ୍ରତିବାଦ କରିଛିନ୍ତି । ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତେବେ ୨୦୨୧ ମସିହା ସେପ୍ଟେମ୍ବରରେ ଗଜପତି ଜିଲ୍ଲା ସୀମାନ୍ତ ବିବାଦୀୟ ଅଞ୍ଚଳରେ ସେ ଦାଦାଗିରି କରିଥିଲେ ।

ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ କିଛି ଅଧିକାରୀଙ୍କ ସହ ଧରି ଧସେଇ ପଶିଥିଲେ । ଏମିତିକି ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧମକ ଚମକ ଦେବା ସହ ଅସଭ୍ଯ ବ୍ଯବହାର କରିଥିଲେ । ଘଟଣାକୁ ସେହି ସମୟରେ ରାଜ୍ଯ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତୀବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଏବେ ସେହି ମନ୍ତ୍ରୀଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯିବା ଘଟଣକୁ ତୀବ୍ର ସମାଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.