Below header

ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ପିଏମ୍‌ ମୋଦି ଖୁଆଇଲେ କେକ୍‌, ପାଦ ଛୁଇଁ ନେଲେ ଆଶୀର୍ବାଦ; ଦେଖନ୍ତୁ ଭିଡିଓ

ଆଜି ବିଜେପିର ଭୀଷ୍ମ ପିତାମହ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ। ରବିବାର ଦିନ ଆଡଭାନୀ ୯୩ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇବା ସହ କେକ୍‌ କାଟିଛନ୍ତି। ଏହା ପରେ ଉଭୟେ ପରସ୍ପରକୁ କେକ୍‌ ଖୁଆଇଥିଲେ।


ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇଥିଲେ। ଏ ଅବସରରେ ମୋଦି ଓ ଆଡଭାନୀ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ। ଏହି ସମୟର ଭିଡିଓ ବି ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ମୋଦି ପ୍ରଥମେ ଆଡଭାନୀଙ୍କୁ ଶୁଭକାମନା ଜଣାଇ ଫୁଲ ତୋଡ଼ା ଦେଉଛନ୍ତି ଓ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। କରୋନା ଭାଇରସ୍‌ ଯୋଗୁ ଉପସ୍ଥିତ ସମସ୍ତ ମନ୍ତ୍ରୀ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ଆଡଭାନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ଅବସରରେ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି ବିଜେପିକୁ ପ୍ରତିଟି ଲୋକ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରଦ୍ଧେୟ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ପାର୍ଟିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରତ୍ୟକ୍ଷ ପ୍ରେରଣାର ସ୍ରୋତ ମଧ୍ୟ। ମୁଁ ତାଙ୍କ ଦୀର୍ଘ ତଥା ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି। ଭାରତର ରାଜନୀତିରେ ତାଙ୍କ ଭୂମିକା ଅତୁଳନୀୟ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.