ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଲଢ଼ୁଥିଲା ଦୁଇ ମାନବ ପ୍ରଜାତି, ଏମିତି ମିଳିଲା ପ୍ରମାଣ

ଯୁଦ୍ଧ ହେଲେ ଆମେ ଦୁଇ ଦେଶ କିମ୍ବା ଦୁଇ ରାଜ୍ୟ ମଧ୍ୟରେ ବୁଝିଥାଉ। ସେହିପରି ପୂର୍ବରୁ ଯୁଦ୍ଧକୁ ନେଇ ଅନେକ ଇତିହାସ ରହିଛି। ଏହି ଇତିହାସ ମଧ୍ୟରୁ ଏକ ଯୁଦ୍ଧ ଏମିତି ବି ରହିଛି ଯାହା ବିଷୟରେ ଖୁବ କମ୍‌ ଲୋକଙ୍କୁ ଜଣାଥିବ। ଏଥିରେ ଦୁଇ ମାନବ ଜାତି ହୋମୋ ସୋପିୟନ୍ସ ଏବଂ ନିଏଣ୍ଡରଥାଲଙ୍କ ମଧ୍ୟରେ ଦୀର୍ଘ ଏକ ଲକ୍ଷ ବର୍ଷ ଧରି ଯୁଦ୍ଧ ଲାଗି ରହିଥିଲା। ପ୍ରାୟ ଛଅ ଲକ୍ଷ ବର୍ଷ ପୂର୍ବେ ମଣିଷ ମାନେ ଦୁଇ ଭାଗରେ ବିଭକ୍ତ ହୋଇଥିଲେ। ଗୋଟିଏ ସମୂହ ଆଫ୍ରିକାରେ ରହିଥିଲେ ଯେଉଁମାନେ ବର୍ତ୍ତମାନର ମଣିଷ ରୂପରେ ବିକଶିତ ହୋଇଛନ୍ତି। ସେହିପରି ଅନ୍ୟ ଏକ ସମୂହ ପ୍ରଥମେ ଏସିଆ ଓ ପରେ ୟୁରୋପରେ ରହିଥିଲେ ଯାହାକୁ ନିଏଣ୍ଡରଥେଲ୍‌ସ କୁହାଯାଏ। ଏହି ପ୍ରଜାତିର ମଣିଷ ଆମର ପୂର୍ବପୁରୁଷ ନଥିଲେ କିନ୍ତୁ ଆମ କିନ୍ତୁ ଆମଭଳି ବିକଶିତ ହେଉଥିଲେ।

war2

ନିଏଣ୍ଡରଥୋଲ୍‌ ଏକ ଭଲ ପ୍ରଦର୍ଶିତ ଶିକାରି ଭାବରେ ବିକଶିତ ହୋଇଥିଲେ। ଏମାନେ ବାଘ ତଥା ଶୃଗାଳଙ୍କ ଭଳି ଶିକାର କରିବାରେ ମାହିର ଥିଲେ। ଏହିଭଳି ପଶୁମାନେ ସମୟ ଆସିଲେ ନିଜର ମଧ୍ୟ ଶିକାର କରିବାକୁ ପଛଉନଥିଲେ। ମଣିଷର ନିଜ ଇଲାକା ପ୍ରତି ଗଭୀର ମୋହ ରହିଥାଏ। ଏହିଭଳି ଇଲାକା ସମ୍ବନ୍ଧୀୟ ସଂର୍ଘଷ ଆମ ପାଖ ସମ୍ବନ୍ଧୀୟ ସିମ୍ପାଞ୍ଜିଙ୍କ ସହିତ ହୋଇଥିଲା। ପୁରୁଷ ସିମ୍ପାଞ୍ଜି ମିଶି ମଣିଷ ସମୂହ ଉପରେ ଆକ୍ରମଣ କରି ତାଙ୍କୁ ମାରୁଥିଲେ। ଏଠାରୁ ଜଣାପଡେ ଯେ, ଆମ ମଣିଷ ଓ ସିମ୍ପାଞ୍ଜିଙ୍କ ମଧ୍ୟରେ ଆକ୍ରୋଶ ପାଖାପାଖି ୭୦ ଲକ୍ଷ ବର୍ଷ ପୂର୍ବରୁ ଚାଲି ଆସୁଛି। ନିଏଣ୍ଡରଥାଲ ଏହିଭଳି ଆଚରଣର ଉତ୍ତରାଧିକାରୀ ହୋଇଥିବେ ବୋଲି ଜଣାପଡେ। ନିଏଣ୍ଡରଥାଲ‌ ଆମ ମଣିଷ ମାନଙ୍କ ଭଳି ରହିଥିଲେ ଓ ୯୯.୭ ପ୍ରତିଶତ ଡିଏନ୍‌ଏରେ ସାମଞ୍ଜ୍ୟସ ରହିଛି ବୋଲି ମଧ୍ୟ ଯୁଦ୍ଧର ଗବେଷଣାରୁ ଜଣା ପଡିଛି। ସେହିଭଳି ଏମାନେ ଶାନ୍ତି ପ୍ରଭୃତିର ନଥିଲେ ବୋଲି ପୁରତାତ୍ୱର ରେକର୍ଡରୁ ଜଣା ପଡିଛି।

war3

କିପରି ହୋମୋ ସୋପିୟନ୍ସ ଏବଂ ନିଏଣ୍ଡରଥାଲ‌ ଉଭୟେ ନିଜ ପ୍ରଜାତି ସହ ଅନ୍ୟ ଲୋକଙ୍କୁ ମାରିବା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ବୋଲି ପୁରାତନ କାଳରୁ ମିଳିଥିବା ମାନବ ଶରୀରରୁ ଜଣା ପଡୁଛି। କେବଳ ସେତିକି ନୁହେଁ ମାନବ କଙ୍କାଳରେ ମିଳିଥିବା ଦାଗ, ଭଙ୍ଗା ହାଡରୁ ଯୁଦ୍ଧର ସଂଘର୍ଷ ବିଷୟରେ ଜଣା ପଡୁଛି। ସେହିପରି ବିଭିନ୍ନ ସ୍ଥାନରେ ମିଳିଥିବା ଅବଶିଷ୍ଟ ଅଧ୍ୟୟନରୁ ଜଣାପଡିଛି ଯେ ହୋମୋ ସାପିଏନ୍ସର ବିସ୍ତାର ହେତୁ ନିଏଣ୍ଡରଥୋଲ୍‌ ପ୍ରାୟ ଏକ ଲକ୍ଷ ବର୍ଷ ଧରି ସଂଘର୍ଷ କରିଥିଲେ।ଉଭୟଙ୍କ ସଂଘର୍ଷ ହେତୁ ହୋମୋ ସୋପିଏନ୍ସ ୟୁରୋପ ଏବଂ ଏସିଆରେ ବ୍ୟାପିବାକୁ ଅଧିକ ସମୟ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.