Below header

ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଲେ ମୋଦି, ଆଜି ରାତିରେ ଅହମ୍ମଦାବାଦରେ ରହିବେ

କେନ୍ୟୁଜ(ବ୍ୟୁରୋ): ଅହମ୍ମଦାବାଦର UN ମେହତା ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସପିଟାଲରେ ମୋଦିଙ୍କ ମା ହୀରା ବେନ ଚିକିତ୍ସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ଅସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ ପକ୍ଷରୁ ଜାରି ହେଲଥ୍‌ ବୁଲେଟିନ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦରେ ରାତିରେ ରହିବେ । ପରିବାରର ସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି । ଗତକାଲି ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଦୁର୍ଘଟଣାର ଶିକାର ହୋଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.