ରଖିବେ ଯଦି ହରି ତାକୁ କିଏ ପାରିବ ମାରି? ଟ୍ରକ ଚକ ତଳେ ଦୁଇ ଘଣ୍ଟା ଚାପି ହୋଇ ରହିଥିବା ଯୁବକ ଜେସିବି ଦ୍ବାରା ହେଲା ଉଦ୍ଧାର

ବାଲେଶ୍ବର(କେନ୍ୟୁଜ୍): ଟ୍ରକ ଚକ ତଳେ ଦୁଇ ଘଣ୍ଟା । ଜେସିବି ଯୋଗେ ରାସ୍ତା ଖୋଳି ଯୁବକଙ୍କୁ କରାଗଲା ଉଦ୍ଧାର । ବାଲେଶ୍ୱର ଔପଦା ବ୍ଲକ ସନ୍ତରାଗଡ଼ିଆ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ । ୨ ଘଣ୍ଟା ଧରି ଗାଡ଼ି ତଳେ ଚାପି ହୋଇ ରହିିଥିଲେ ଯୁବକ । ଜେସିବି ଯୋଗେ ରାସ୍ତାକୁ ଖୋଳି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ।

ଗୁରୁତର ଯୁବକ ହେଲେ ନୟାପାଟଣା ଗାଁର ରାମକୃଷ୍ଣ ସଙ୍କ ପୁଅ ଭଗବାନ ସ । ସନ୍ତରାଗଡ଼ିଆ କଲେଜ ନିକଟରେ ଥିବା ଚା’ ଦୋକାନକ ବନ୍ଦ କରି ଫେରୁଥିବା ସମୟରେ ଏକ ଧାନ ବୋଝେଇ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ୪ଟି ଜେସିବି ସହାୟତାରେ ଭଗବାନଙ୍କୁ ସ୍ଥାନୀୟ ଲୋକେ ଗାଡି ଚକ ତଳୁ ଉଦ୍ଧାର କରିଥିଲେ । ନୀଳଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.