ନୌସେନାକୁ ମିଳିବ ରାଫେଲ ଶକ୍ତି, ଫ୍ରାନ୍‌ସଠାରୁ ୨୬ଟି ରାଫେଲ ଓ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟକୁ ମଞ୍ଜୁରୀ

ନୌସେନାକୁ ମିଳିବ ରାଫେଲ ଶକ୍ତି। ଭାରତୀୟ ନୌସେନାର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇବ। ଫ୍ରାନ୍‌ସଠାରୁ ୨୬ଟି ରାଫେଲ ଓ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟକୁ ମଞ୍ଜୁରୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ-ଡିଏସି ବୈଠକରେ ଏନେଇ ମଞ୍ଜୁରୀ ମିଳିଛି।

ନୂଆଦିଲ୍ଲୀ : ନୌସେନାକୁ ମିଳିବ ରାଫେଲ ଶକ୍ତି। ଭାରତୀୟ ନୌସେନାର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇବ। ଫ୍ରାନ୍‌ସଠାରୁ ୨୬ଟି ରାଫେଲ ଓ ୩ଟି ସ୍କର୍ପିନ ବୁଡ଼ାଜାହାଜ କ୍ରୟକୁ ମଞ୍ଜୁରୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ-ଡିଏସି ବୈଠକରେ ଏନେଇ ମଞ୍ଜୁରୀ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍‌ସ ଗସ୍ତ ବେଳେ ରାଫେଲ କିଣା ନେଇ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଅସ୍ତ୍ରଶସ୍ତ୍ର କିଣା ପାଇଁ ନିଷ୍ପତ୍ତି ନେବାରେ ଡିଏସି ସର୍ବୋଚ୍ଚ ସଂସ୍ଥା। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ଏହି ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିଥାନ୍ତି।

ଆସନ୍ତାକାଲି ଫ୍ରାନ୍‌ସରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ପ୍ରତିପକ୍ଷ ଇମାନୁଏଲ ମାର୍କନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପୂର୍ବରୁ ଏହି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାର କ୍ରାଫ୍‌ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତ ପାଇଁ ଭାରତୀୟ ନୌସେନା ୨୬ଟି ଡେକ୍‌ ଭିତ୍ତିକ ଫାଇଟର ଜେଟ କିଣିବାକୁ ଲକ୍ଷ୍ୟ ରଖିଛି।

ପରେ ରାଫେଲକୁ ଏଥିରେ ସ୍ଥାନ ଦିଆଯାଇଛି। ରୁଷିଆରୁ ସୁଖୋଇ ଜେଟ୍‌ କିଣିବାର ପ୍ରାୟ ୨୩ ବର୍ଷ ପରେ ଫ୍ରାନ୍‌ସଠାରୁ ରାଫେଲ କିଣିଛି ଭାରତ। ପୂର୍ବରୁ ଭାରତର ବାୟୁସେନା ପାଇଁ ୩୬ଟି ରାଫେଲ କିଣାଯାଇଛି।