Below header

ରିଲ୍ସ କରି ଫସିଲେ ଯୁବକ, ପବ୍ଲିକରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା

ପବ୍ଲିକ୍ ପ୍ଲେସରେ ଷ୍ଟଣ୍ଟ୍ କରୁଥିଲେ ସାବଧାନ ! ଯାଇପାରନ୍ତି ଜେଲ, ହୋଇପାରେ ଜରିମାନା

ଭାରି ପଡିଲା ରିଲ୍ସ କରିବା । ରିଲ୍ସ କରି ଜେଲ ଗଲେ ଯୁବକ । ହଁ ଆଜ୍ଞା ଜଣେ ବ୍ୟକ୍ତିଙ୍କୁ ରେଲୱେ ପ୍ଲାଟଫର୍ମରେ ରିଲ୍ସ କରିବା ଭାରି ପଡିଛି । ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଲୋକମାନେ କେଉଁଠି ବି ରିଲ୍ ବନାଇବା ଆରମ୍ଭ କରିଦେଉଛନ୍ତି । ରେଲୱେ ପ୍ଲାଟଫର୍ମ, ମନ୍ଦିର, ରାସ୍ତାଘାଟ ବ୍ୟତୀତ ଏମିତି ବହୁତ ଅନେକ ଯାଗା ଅଛି ଯେଉଁଠି ରିଲ ବନାଉଛନ୍ତି । ତେବେ ଏବେ ଏକ ରିଲକୁ ନେଇ ହୋଇଛି କଣ୍ଟ୍ରଭର୍ସି । ଅନେକ ଥର ଏମିତି ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଉଛି । କିନ୍ତୁ ତାହା ସତ୍ତ୍ବେ ମଧ୍ୟ ଏହି ସବୁ ସ୍ଥାନରେ ରିଲ୍ ବନାଇବା ବନ୍ଦ ହେଉନାହିଁ । ତେବେ ବର୍ତ୍ତମାନ ଜଣେ ଯୁବକଙ୍କ ରିଲ୍ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯାହା ରହିଛି ଖୁବ୍ ଚର୍ଚ୍ଚାରେ ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ରେଲୱେ ଷ୍ଟେସନରେ ଷ୍ଟଣ୍ଟ କରୁଥିଲେ । ଯାହାପରେ ଆରପିଏଫ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବକଙ୍କ ଗିରଫକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି । କିଏ ଆରପିଏଫର ଏହି କାର୍ଯ୍ୟାନୁଷ୍ଠାନକୁ ସପୋର୍ଟ କରୁଛନ୍ତି ତ ଆଉ କିଛି ଜଣ ଏହା ବିରୁନ୍ଧରେ ଅଛନ୍ତି । ଲୋକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଯୁବକଙ୍କର ଏହି ଭିଡିଓକୁ ନିଜେ ଆରପିଏଫ ତାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛି । ଭିଡିଓ ବିହାରର ଗୟା ଜିଲ୍ଲାର ମାନପୁର ଜଙ୍କସନର ବୋଲି କୁହାଯାଉଛି । ଯେଉଁଠି ଜଣେ ଯୁବକଙ୍କୁ ରେଳ ପ୍ଲାଟଫର୍ମରେ ଷ୍ଟଣ୍ଟ କରିବା ଭାରି ପଡିଛି । ଏହି ଯୁବକ ଜଣଙ୍କ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଟ୍ରେନ୍ ପାଖରେ ଷ୍ଟଣ୍ଟ କରିବାକୁ ଲାଗିଲେ । ଯୁବକ ଜଣଙ୍କ ଉପରକୁ ଡେଇଁ ଜଣେ ଏକ୍ସପର୍ଟଙ୍କ ଭଳି ଷ୍ଟଣ୍ଟ କରୁଥିଲେ । ଯାହାପରେ ପୋଲିସ ଏହି ବ୍ୟକ୍ତିଙ୍କୁ ଗିରଫ କରିviନେଇଛି ।

ତେବେ ଆରପିଏଫ ଟ୍ବିଟ୍ କରି ଜଣାଇଛି ଯେ ମାନପୁର ଜଙ୍କସନରେ ଏହି ଯୁବକ ନିଜକୁ ଫେମସ କରିବା ପାଇଁ ଏକଦମ୍ ବିପଦପୂର୍ଣ୍ଣ ଢ଼ଙ୍ଗରେ ଷ୍ଟଣ୍ଟ କରି ନିଜ ସହ ଅନ୍ୟ ମାନଙ୍କ ଜୀବନକୁ ବି ବିପଦରେ ପକାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଆରପିଏଫ ଦ୍ବାରା ଗିରଫ କରାଯାଇଛି । ଏହାସହିତ ଆରପିଏଫ ଏହା ମଧ୍ୟ ଲେଖିଛି ଯେ ଆମେ ଆଶା କରୁଛୁ ଯେ ଏହା ସେହି ଲୋକମାନଙ୍କ ପାଇଁ ଏକ ଶିକ୍ଷା ହେବ ଯେଉଁମାନେ ନିଜ ରିଲରେ ଲାଇକ ସେୟାର ପାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉନାହାଁନ୍ତି । ତେଣୁ ଆପଣ ବି ଯଦି ସର୍ବସାଧାରଣ ସ୍ଥାନରେ ଫେମସ ହେବା ପାଇଁ ରିଲ୍ ବନାଉଛନ୍ତି ସେମାନେ ନିଶ୍ଚିତ ଭାବେ ସାବଧାନ୍ ହୋଇଯାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.