Below header

ସୀମାଙ୍କୁ ପାକିସ୍ତାନ ନଫେରାଇଲେ ପୁଣି ଥରେ ହେବ ୨୬/୧୧ ଭଳି ଆତଙ୍କୀ ଆକ୍ରମଣ, ମୁମ୍ବଇ ପୋଲିସକୁ ମିଳିଲା ଧମକ

ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଥରେ ବିବାଦ ତେଜିଛି । ଏବେ ବିବାଦ ଏମିତି ସ୍ଥାନରେ ପହଞ୍ଚିଲାଣି ଯେ ସୀମାକୁ ନେଇ ଭାରତ ଉପରେ ଆତଙ୍କୀ ଆକ୍ରମଣ ହେବ ବୋଲି ଏକ ଧମକ ମିଳିଛି ମୁମ୍ବାଇ ପୋଲିସକୁ ।

ନୂଆଦିଲ୍ଲୀ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପୁଣି ଥରେ ବିବାଦ ତେଜିଛି । ଏବେ ବିବାଦ ଏମିତି ସ୍ଥାନରେ ପହଞ୍ଚିଲାଣି ଯେ ସୀମାକୁ ନେଇ ଭାରତ ଉପରେ ଆତଙ୍କୀ ଆକ୍ରମଣ ହେବ ବୋଲି ଏକ ଧମକ ମିଳିଛି ମୁମ୍ବାଇ ପୋଲିସକୁ ।

ଏହି ଧମକ ହ୍ଵାଟ୍ସଆପରେ ଆସିଛି । ଏଥିରେ ଲେଖାଯାଇଛି, ଯଦି ସୀମା ହାଇଦରଙ୍କୁ ପାକ୍‌ ଫେରା ନଯାଏ, ଭାରତ ବରବାଦ ହୋଇଯିବ । ୨୬/୧୧ ଭଳି ପୁଣି ଏକ ଆତଙ୍କୀ ଆକ୍ରମଣ ପାଇଁ ବ୍ୟବସ୍ଥା ହେଉଛି । ଉତ୍ତର ପ୍ରଦେଶ ସରକାର ଏହି ଆକ୍ରମଣ ପାଇଁ ପୂର୍ଣ୍ଣ ଦାୟୀ ରହିବେ । ମୁମ୍ବଇ ପୋଲିସ ୟୁପି ସରକାରଙ୍କୁ ଏହି ଧମକ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏପରି ଧମକକୁ ଅବହେଳା କରାଯାଇ ପାରିବ ନାହିଁ । କାରଣ ଏହାର ଫଳ ସେଠାରେ ଥିବା ହିନ୍ଦୁଙ୍କୁ ଭୋଗିବାକୁ ପଡିପାରେ । ପାକିସ୍ତାନର ଏକ ଡକାୟତ ଗ୍ୟାଙ୍ଗ କହିସାରିଲାଣି, ଯଦି ସୀମା ମାମଲାର ସମାଧାନ ନହୁଏ । ତେବେ ପାକ୍‌ ରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେବ । ଭାରତରେ ଏହି ମାମଲା କେବଳ ସୋସିଆଲ ମିଡିଆ ମଧ୍ୟରେ ସୀମିତ ରହିଛି, ଏଥିରେ କୌଣସି ରାଜନୈତିକ ପ୍ରବେଶ ହୋଇନାହିଁ । ସୀମା ଭାରତର ନାଗରିକ ହେବାକୁ ଚାହାଁନ୍ତି, ନିଜକୁ ହିନ୍ଦୁ କରାଇ ଏଠାରେ ରହିବାକୁ ଚାହାଁନ୍ତି ।

ସୀମା ଏଥିପାଇଁ ସ୍ୱାମୀଙ୍କୁ ତଲାକ ଦେଇଛନ୍ତି । କିଛି ଦିନ ତଳେ ଏକ ଘରୋଇ ଚ୍ୟାନେଲରେ ସୀମା ତା’ଙ୍କ ସ୍ୱାମୀକୁ ତଲାକ ଦେଇଥିବା ନେଇ ମଧ୍ୟ କହିଥିଲେ । ଖାଲି ସେତିକି ନୁହେଁ ସେହି ଚ୍ୟାନେଲରେ ମଧ୍ୟ ୩ ଥର ତଲାକ୍‌ ତଲାକ୍‌ କହିଥିଲେ । ହେଲେ ଏହାକୁ ସ୍ୱାମୀ ଗ୍ରହଣ କରି ନଥିବା କହି ବା ସହ ଆଗାମୀ ଦିନରେ ଏହାକୁ ନେଇ ବବାଲ ହେବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.