ନଭେମ୍ବର ୭ରେ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ, ବୁଥ ଅଭିମୁଖେ ପୁଲିଂ ଟିମ

ନଭେମ୍ବର ୭ରେ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ବୁଥ ଅଭିମୁଖେ ପୁଲିଂ ଟିମ। ପ୍ରଥମ ପର୍ଯ୍ୟାୟ ଭୋଟିଂରେ ରହିଛି ନକ୍ସଲ ଉପଦ୍ରୁତ ସୁକୁମା ଓ ନାରାୟଣପୁର ଜିଲ୍ଲା।

ନଭେମ୍ବର ୭ରେ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ବୁଥ ଅଭିମୁଖେ ପୁଲିଂ ଟିମ। ପ୍ରଥମ ପର୍ଯ୍ୟାୟ ଭୋଟିଂରେ ରହିଛି ନକ୍ସଲ ଉପଦ୍ରୁତ ସୁକୁମା ଓ ନାରାୟଣପୁର ଜିଲ୍ଲା। ଏହି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଯେପରି ବିନା ଭୟରେ ଲୋକେ ଆସି ଭୋଟ ଦେଇ ପାରିବେ।

ପୁଲିଂ ଟିମ୍ ସୁକୁମା ଓ ନାରାୟଣପୁରକୁ ହେଲିକପ୍ଟର ଯୋଗେ ଯାଇଛନ୍ତି। ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୭ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନଭେମ୍ବର ୧୭ରେ ହେବ। ନଭେମ୍ବର ୭ରେ ୨୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ନଭେମ୍ବର ୧୭ରେ ବାକି ୭୦ଟି ସିଟ୍ ପାଇଁ ଭୋଟ ପଡ଼ିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ।