ଗାଁ ଦାଣ୍ଡରେ ଖେଳୁଥିବା ୮ବର୍ଷର ଶିଶୁକୁ ଝାମ୍ପି ନେଉଥିଲା ବାଘ, ଉଦ୍ଧାର କଲେ ଲୋକେ
କୋଦୋପାଲିର ବାଳକ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠର କାନରେ ଆଘାତ ଲାଗିଛି l ଆହତ ଶିଶୁଟିକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଆଜି ସନ୍ଧ୍ୟାରେ ଧରମବନ୍ଧା ଥାନା ଅନ୍ତର୍ଗତ କୋଦୋପାଲି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ୮ବର୍ଷର ଶିଶୁକୁ ବାଘ ଝାମ୍ପି ନେବା ବେଳେ ଗାଁଲୋକ ଉଦ୍ଧାର କରିଛନ୍ତି। କୋଦୋପାଲିର ବାଳକ ବରିହାଙ୍କ ୮ ବର୍ଷର ପୁଅ ନୀଳକଣ୍ଠର କାନରେ ଆଘାତ ଲାଗିଛି । ଆହତ ଶିଶୁଟିକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ସକାଳେ କୋଦୋପାଲି ଗାଁରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରିଖାଇ ଦେଇଥିଲା