Below header

ପୋପ ଫ୍ରାନ୍ସିସ ଲାଇକ କଲେ ବିକିନି ମଡେଲଙ୍କ ଫଟୋ, ସୋସିଆଲ ମିଡିଆରେ ହେଲା ଚର୍ଚ୍ଚା

ଖ୍ରୀଷ୍ଟିୟାନଙ୍କ ସର୍ବଶ୍ରେଷ୍ଠ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିକିନି ପିନ୍ଧିଥିବା ଜଣେ ବ୍ରାଜିଲ ମଡେଲ ନାଟାଲିଆ ଗାରିବୋଟଙ୍କ ଉତ୍ତେଜକ ଚିତ୍ର ଲାଇକ କରାଯାଇଥିବାର ନଜର ଆସିଛି । ଏନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି।

ମଡେଲ ନାଟାଲିଆ ଗାରିବୋଟାଙ୍କ କହିବାନୁସାରେ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କ ହଟ ବିକିନି ଫଟୋକୁ ଲାଇକ କରାଯାଇଛି। କିନ୍ତୁ ନାଟାଲିଆ ଏହି କଥାକୁ ଥଟ୍ଟାରେ ନେଇ କହିଛନ୍ତି ଯେ ଅନ୍ତତଃ ମୁଁ ଏବେ ସ୍ୱର୍ଗକୁ ତ ଯାଇପାରିବି।

pop2

ତେବେ ଜଣେ ସୋସିଆଲ ମିଡିଆ ୟୁଜର୍ସ ପୋପଙ୍କ ଏହି ଫଟୋ ଲାଇକ କରିଥିବା ସ୍କ୍ରିନସଟକୁ ଭାଇରଲ କରିଛନ୍ତି। ଏହାପରେ ସୋସିଆଲ ମିଡିଆରେ ସତେ ଯେମିତି ହଙ୍ଗାମା ହୋଇଗଲା, ଯାହାକୁ ଦେଖି ପୋପଙ୍କ ଆକାଉଣ୍ଟରୁ ପୁଣିଥରେ ଲାଇକକୁ ଡିସଲାଇକ କରିଦିଆଗଲା। ତେବେ ଏହି ଫଟୋରେ ବ୍ରାଜିଲ ମଡେଲ ନାଟାଲିଆ ଗାରିବୋଟ ଜଣେ ସ୍କୁଲ ଗାର୍ଲର ୟୁନିଫର୍ମରେ ବହି ଗୁଡିକୁ ଲକରରେ ରଖୁଥିବାର ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.