ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ ଘଟଣା, ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ଦୁଇ ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ବାଘ ଛାଲ ଜବତ ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ନାୟକକୁ ରିମାଣ୍ଡରେ ଆଣିଛି ପୋଲିସ । ତାକୁ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫ ଦୁଇ ଦିନ ରିମାଣ୍ଡରେ ନେଇଛି । ବାଘ ଛାଲ ର‍୍ୟାକେଟରେ ଆଉ କିଏ କିଏ ଅଛନ୍ତି, କେଉଁ ଜଙ୍ଗଲରୁ ବାଘ ଶିକାର ହୋଇଥିଲା, ଶିକାରୀ କିଏ ଏସବୁ ନେଇ ପ୍ରଶାନ୍ତକୁ ଜେରା କରିବ ପୋଲିସ ।

ପୂର୍ବରୁ ଗିରଫ ବେଳେ ପ୍ରଶାନ୍ତ କହିଥିଲା ୩ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରୀ ପାଇଁ ଅଜିତ ଦାସ ନାମକ ଜଣେ ବ୍ୟକ୍ତି ସହ ଡିଲ୍‌ ହୋଇଥିଲା । ତେଣୁ ଅଜିତ ଦାସ କିଏ ତା’ର ମଧ୍ୟ ଗୁମର ଖୋଲିବ ଏସଟିଏଫ । ଗତ ୧୭ ତାରିଖ ଦିନ ବିକ୍ରି ପାଇଁ ବାଇକଡିକିରେ ବାଘଛାଲ ଆଣିଥିଲା ଅଭିଯୁକ୍ତ ପ୍ରଶାନ୍ତ ନାୟକ । ପ୍ରଶାନ୍ତର ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ରାଜଧାନୀର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର ଭାବେ କାମ କରେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.